ସାଇକେଲ ଦିବସ ଅବସରରେ ନିଆରା କଳାକୃତି

ଭୁବନେଶ୍ୱର: ବିଶ୍ୱ ସାଇକେଲ ଦିବସ ଅବସରରେ ଏକ ନିଆରା କଳାକୃତି କରି ଦେଖାଇଛନ୍ତି ପ୍ରିୟଙ୍କା ସାହାଣୀ । ଚୁଡି, ପ୍ଲାଷ୍ଟିକ, ସୂତା ଇତ୍ୟାଦିକୁ ନେଇ ଏକ ସାଇକେଲ ତିଆରି କରିଛନ୍ତି । ଏହି ଅଜବ ସାଇକେଲର ସେ ନାମକରଣ ମଧ୍ୟ କରିଛନ୍ତି । ପେନି-ଫାର୍ଦିଙ୍ଗ ନାମରେ ଏହି ସାଇକେଲକୁ ନାମକରଣ କରିଛନ୍ତି ପ୍ରିୟଙ୍କା ।

୧୮୭୦-୮୦ ମଧ୍ୟରେ ଖୁବ ଲୋକପ୍ରିୟ ହୋଇ ପାରିଥିବା ଏହି ସାଇକେଲର ମଡେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା । ଏହାକୁ ହାଇ ହ୍ୱିଲ ବୋଲି ମଧ୍ୟ କୁହାଯାଏ । ଏହାର ଆଗ ଦୁଇ ଉଚ୍ଚ ଚକ ଦ୍ୱାରା ଏହା ଦ୍ରୁତ ଗତିରେ ଚାଲିବାର କ୍ଷମତା ରଖୁଥିଲା । ତେଣୁ ଏହାକୁ ଚଲାଇବା ଅତିି ସହଜ ଏବଂ ସୁବିଧା ହେଉଥିଲା ।

ତେବେ ଆଜିର ସମୟରେ ତୈଳଦରକୁ ନଜରରେ ରଖି ସାଇକେଲ ଆଡକୁ ପୁଣି ଥରେ ମନ ବଳାଇଛନ୍ତି ସାଧାରଣ ଜନତା । ତେଣୁ ବିଶ୍ୱ ସାଇକେଲ ଦିବସ ଅବସରରେ ସାଇକେଲର ଏମିତି ପୁରୁଣା ମଡେଲ ତିଆରି କରି ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି ଚିତ୍ରଶିଳ୍ପୀ ପ୍ରୟିଙ୍କା ସାହାଣୀ ।