fbpx

ଭାରତୀୟ କୁସ୍ତି ମହାସଂଘ ଉପରୁ ହଟିଲା ନିଲମ୍ବନ, UWW ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ୟୁନାଇଟେଡ ୱାଲର୍ଡ ରେସଲିଂ (UWW) ଭାରତୀୟ କୁସ୍ତି ମହାସଂଘ ଉପରେ ଲଗାଇଥିବା ନିଲମ୍ବନକୁ ହଟାଇ ଦେଇଛି । ୟୁନଇଟେଡ ୱାଲର୍ଡ ରେସଲିଙ୍ଗ ଗତ ବର୍ଷ ଅଗଷ୍ଟ ମାସରେ ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କରିଦେଇଥିଲା । କାରଣ WFI ଠିକ୍ ସମୟରେ ନିର୍ବାଚନ କରିବାରେ ବିଫଳ ହୋଇଥିଲା। ଅନୁଶାସନ ଚାମ୍ବର ନିଷ୍ପତ୍ତି ନେଇଥିଲା ଯେ, ତାଙ୍କ ପାଖରେ ନିଲମ୍ବନ କରିବା ପାଇଁ ପର୍ଯ୍ୟପ୍ତ କାରଣ ଥିଲା, କାରଣ ମହାସଂଘରେ ୬ ମାସରୁ ଅଧିକ ଏହି ପରିସ୍ଥିତି ଲାଗିରହିଥିଲା ।

ନିଲମ୍ବନକୁ ଅଧିକ ସମୀକ୍ଷା କରିବା ପାଇଁ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ଫେବୃଆରୀ ୯ରେ ବୈଠକ ବସାଇଥିଲା, ଏଥିରେ ସମସ୍ତ ତତ୍ତ୍ୱ ଏବଂ ସୂଚନା ଉପରେ ବିଚାର କରିବା ପରେ ନିଲମ୍ବନକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା। ତେବେ WFI କୁ ନିଜ ଆଥଲେଟ୍ କମିଶନଙ୍କ ପୁନଃ ନିର୍ବାଚନ କରିବାକୁ ପଡିବ। ଏହି କମିଶନ ପାଇଁ ପ୍ରାର୍ଥୀମାନେ ସକ୍ରିୟ ଆଥଲେଟ୍ ହେବେ। ଏହି ନିର୍ବାଚନରେ ଚାରି କିମ୍ବା ଅଧିକ ବର୍ଷ ପୂର୍ବେ ଅବସର ନେଇଥିବା ଆଥଲେଟସମାନେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏହି ନିର୍ବାଚନ ଟେଷ୍ଟ କିମ୍ବା କୌଣସି ବରିଷ୍ଠ ଜାତୀୟ ଚାମ୍ପିଅନସିପ୍ ସମୟରେ ଅନୁଷ୍ଠିତ ହେବ। କିନ୍ତୁ ଏହି ନିର୍ବାଚନ ଜୁଲାଇ ୧, ୨୦୨୪ ପୂର୍ବରୁ ଅନୁଷ୍ଠିତ ହେବ।

Get real time updates directly on you device, subscribe now.