fbpx

ରୋହିତଙ୍କ ଆଗରେ Universe Boss: ପ୍ରଥମ ମ୍ୟାଚରେ ବଡ଼ ରେକର୍ଡ ଭାଙ୍ଗିପାରନ୍ତି ହିଟମ୍ୟାନ୍ ରୋହିତ

ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ବକପ ମହାକୁମ୍ଭ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି -୨୦ ବିଶ୍ୱକପ ଖେଳିବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ଆୟରଲାଣ୍ଡ ବିପକ୍ଷୋର କେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆକୁ ପୁଣିଥେରେ ବିଶ୍ୱକପ ବିଜୟୀ ହେବାର ସୁଯୋଗ ରହିଥିବା ବେଳେ ଅଧିକାଂଶ ଖେଳାଳି ଭଲ ଫର୍ମରେ ରହିଛନ୍ତି । ତେଣୁ ଭାରତ ଚମ୍ପିଆନ୍ ହେବାର ଦାବିଦାର ମଧ୍ୟ ରିଛି । ତେବେ ଏହି ସିଜନରେ ଅଦିନାୟକ ରୋହିତଙ୍କ ପାଖରେ ଏକ ବିଶାଳ ରେକର୍ଡ କରିବାର ସୁଯୋଗ ରହିଛି । ‘ୟୁନିଭର୍ସ ବସ୍’ କ୍ରସ ଗେଲଙ୍କ ଏକ ବିଶାଳ ରେକର୍ଡକୁ ନିଜ ନାମରେ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ ରୋହିତ ।

ରୋହିତ ଶର୍ମାଙ୍କ ଅଧିନାୟକ ଭାବରେ ଚଳିତ ବର୍ଷ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିବାକୁ ଚେଷ୍ଟା କରିବେ । ତେବେ ଏହାବ୍ୟତୀତ ତାଙ୍କ ଟାର୍ଗେଟରେ ରହିଛି ଆଉ ଏକ ବିରାଟ ରେକର୍ଡ । କ୍ରିକେଟର ୟୁନିଭର୍ସ ବସ୍ କ୍ରିସ ଗେଲଙ୍କର ଏକ ରେକର୍ଡ ଭାଙ୍ଗିପ।।ରନ୍ତି ରୋହିତ ଶର୍ମା । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଟି -୨୦ ବିଶ୍ୱକପରେ ଏପର୍ୟ୍ୟନ୍ତ ୩୯ ଟି ମ୍ୟାଚରୁ ୯୬୩ ରନ୍ ସଂଗ୍ରହ କରିଛନ୍ତି । ଟି -୨୦ ବିଶ୍ୱକପରେ ସର୍ବାଧିକ ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ ଶର୍ମା ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଅଛନ୍ତି । କିନ୍ତୁ ଏହି ସିଜିନରେ ରୋହିତ କ୍ରିସ୍ ଗେଲଙ୍କୁ ଅତିକ୍ରମ କରିବାର ସୁଯୋଗ ପାଇବେ । କ୍ରିସ୍ ଗେଲ୍ ଟି -୨୦ ବିଶ୍ୱକପର ମାତ୍ର ୩୫ ଟି ମ୍ୟାଚ୍ ଖେଳି ୯୬୫ ରନ୍ ସଂଗ୍ରହ କରିଛନ୍ତି । ତେବେ ରୋହିତ ଗେଲଙ୍କ ଅପେକ୍ଷା ମାତ୍ର ୨ ରନ୍ ପଛରେ ରହିଛନ୍ତି । ତେଣୁ ଆୟରଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ହିଁ ସେ ଏହି ରେକର୍ଡକୁ ଭାଙ୍ଗିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇପାରନ୍ତି । ଆୟରଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ କ୍ରିସ୍ ଗେଲଙ୍କୁ ପଛରେ ପକାଇ ପାରିବେ ରୋହିତ ଶର୍ମା ।

ଆୟର୍ଲାଣ୍ଡ ବିପକ୍ଷରେ ରୋହିତ ୩ ରନ୍ ସ୍କୋର କରିବା ମାତ୍ରେ ସର୍ବାଧିକ ରନ୍ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିବେ । ଏହାବ୍ୟତୀତ ରୋହିତ ନିଜର ୧୦୦୦ ରନ୍ କରିବା ପାଇଁ ମଧ୍ୟ ଖୁବ ନନିକଟତର ରହିଛନ୍ତି । ମାତ୍ର ୩୭ ରନ୍ ସ୍କୋର କରିବା ସହିତ ରୋହିତ ଟି -୨୦ ବିଶ୍ୱକପରେ ନିଜର ୧୦୦୦ ରନ୍ ମଧ୍ୟ ପୂରଣ କରିବେ । ଚଳିତ ବର୍ଷ ରୋହିତ ଶର୍ମାଙ୍କଠାରୁ ଭାରତୀୟ ପ୍ରଶଂସକମାନେ ବିଶ୍ୱକପ ବିଜୟୀ ହେବା ଆଶା ରଖିଛନ୍ତି । ଗତ ବର୍ଷ ରୋହିତଙ୍କ ନେତୃତ୍ୱରେ ଭାରତ ଦିନିକିଆ ବିଶ୍ୱକପେରେ ଚମତ୍କାର ପ୍ରଦର୍ଶନ କରିଥିଲା । ଲଗାତାର ୯ଟି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଫାଇନାଲ ମ୍ୟାଚରେ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାସ୍ତ ହୋଇ ଟ୍ରଫି ହାତେଇବାରୁ ବଞ୍ଚିତ ହୋଇଛି । ତେବେ ଏଭଳି ପରିସ୍ଥିତିରେ ୨୦୨୪ ଟି -୨୦ ବିଶ୍ୱକପରେ ଭାରତୀୟ ଦଳ ବିଜୟୀ ହେବ ବୋଲି କୋଟି କୋଟି କ୍ରିକେଟ ଫ୍ୟାନ୍ସ ଆଶା ରକିଛନ୍ତି ।

Get real time updates directly on you device, subscribe now.