fbpx

ସୋମବାର ଠାରୁ ଆରମ୍ଭ ହେବ ଅନ୍‌ଲକ୍‌ ପ୍ରକ୍ରିୟା, ନିର୍ମାଣକାର୍ଯ୍ୟ ଏବଂ କଳକାରଖାନା ଖେଲିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରକୋପ ରାଜଧାନୀରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏଥିାଇଁ ଦିଲ୍ଲୀରେ ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଘୋଷଣା କରିଛନ୍ତି । ଦୀର୍ଘ ଏକ ମାସ ହେଲା ଦିଲ୍ଲୀରେ ଲକ୍‌ଡାଉନ୍‌ ଜାରି ହୋଇଥିଲା । ପ୍ରଥମେ ସପ୍ତାହେ ଓ ପରବର୍ତ୍ତୀ ସମୟରେ ଲକ୍‌ଡାଉନ୍‌ ଅବଧିକୁ ବଢାଯାଇଥିଲା । ତେବେ ସୋମବାର ଠାରୁ ଏହି ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେଜ୍ରିୱାଲ କହିଛନ୍ତି, ଆମେ ଦିଲ୍ଲୀରେ ତାଲାବନ୍ଦକୁ ଧୀରେ ଧୀରେ ଖୋଲିବୁ । ଯେଉଁମାନେ ଅଧିକ ଗରିବ ଶ୍ରେଣୀର, ଶ୍ରମିକ, ପ୍ରବାସୀ ସେମାନଙ୍କୁ ଗୁରୁତ୍ୱ ଦିଆଯିବ । ସୋମବାରଠାରୁ ନିର୍ମାଣକାର୍ଯ୍ୟ ଏବଂ କଳକାରଖାନା ଖୋଲାଯିବ । ଆଗାମୀ ୧ ସପ୍ତାହ ପର୍ଯ୍ୟନ୍ତ ଏହି ଦୁଇଟି କ୍ଷେତ୍ର ଖୋଲା ରହିବ ବୋଲି କେଜ୍ରିୱାଲ କହିଛନ୍ତି ।

Get real time updates directly on you device, subscribe now.