fbpx

ଏହି ଯୋଜନାରୁ ଜବରଦସ୍ତ ଲାଭ ପାଇବେ ମହିଳା: ଏବେ ୨୧ ବର୍ଷରୁ ଅଧିକ ଅବିବାହିତା ମହିଳା ମଧ୍ୟ ସାମିଲ

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଅନେକ କାମ କରାଯାଉଛି । ନିକଟରେ ମୋଦୀ ସରକାର ସଂସଦରେ ମହିଳାଙ୍କ ପାଇଁ ନାରୀ ଶକ୍ତି ବନ୍ଦନ ଆଇନ (ମହିଳା ସଂରକ୍ଷଣ ବିଲ୍) ପାରିତ କରିଛନ୍ତି । ଏହା ଯୋଗୁଁ ମହିଳାମାନେ ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇବେ । ଏହା ସହ ମଧ୍ୟପ୍ରଦେଶ ସରକାର ମହିଳାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସିଏମ୍ ଶିବରାଜ ସିଂ ଚୌହ୍ୱାନ ନିଜେ ଏହା ଘୋଷଣା କରିଛନ୍ତି ।

ଲାଡଲି ବେହନା ଯୋଜନା :-

ମହିଳାମାନଙ୍କ ପାଇଁ ଅନେକ ଯୋଜନା ମଧ୍ୟପ୍ରଦେଶର ଶିବରାଜ ସରକାର ଦ୍ୱାରା ପରିଚାଳିତ ହେଉଛି । ବର୍ତ୍ତମାନ ମହିଳାଙ୍କ ଏକ ଯୋଜନାର ଲାଭ ଏଣିକି ୨୧ ବର୍ଷରୁ ଅଧିକ ଅବିବାହିତା ମହିଳାମାନେ ମଧ୍ୟ ପାଇବାକୁ ଯାଉଛନ୍ତି । ସିଏମ୍ ଶିବରାଜ ସିଂ ଚୌହ୍ୱାନ ନିଜେ ଏହା ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଘୋଷଣା କରିଛନ୍ତି ଯେ, ୨୧ ବର୍ଷରୁ ଅଧିକ ଅବିବାହିତା ମହିଳାମାନେ ଲାଡଲି ବେହନା ଯୋଜନା ଅଧୀନରେ ଲାଭ ପାଇବେ ।

ଅବିବାହିତା ମହିଳାମାନଙ୍କୁ ମିଳିବ ଲାଭ :-

ଏହି ଯୋଜନା ଅଧୀନରେ, ୨୧ ବର୍ଷରୁ ଅଧିକ ଅବିବାହିତା ମହିଳାମାନେ ମାସକୁ ୧,୨୫୦ ଟଙ୍କା ସହାୟତା ପାଇବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, “୨୧ ବର୍ଷରୁ ଅଧିକ ଅବିବାହିତା ମହିଳାମାନେ ଲାଡଲି ବେହନା ଯୋଜନାର ଲାଭ ପାଇବେ ।’ ସେ କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ସହାୟତା ରାଶି ପର୍ଯ୍ୟାୟକ୍ରମେ ମାସିକ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ । ଚୌହ୍ୱାନ କହିଛନ୍ତି ଯେ, ଏହି ଯୋଜନାରେ ପ୍ରାୟ ୧.୩୨ କୋଟି ମହିଳା ଉପକୃତ ହେଉଛନ୍ତି ।

Get real time updates directly on you device, subscribe now.