fbpx

ମୁଖ୍ୟମନ୍ତ୍ରୀଙ୍କ ମାଆଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା: ହସ୍ପିଟାଲରେ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ମର୍ମାହତ ହୋଇପଡ଼ିଛନ୍ତି । ଯୋଗୀଙ୍କ ମାଆ ସାବିତ୍ରୀ ଦେବୀଙ୍କର ସ୍ୱାସ୍ଥ୍ୟାବସ୍ଥା ପୂର୍ବରୁ ଖରାପ ରହିଥିବାରୁ ତାଙ୍କୁ ନିୟମିତ ବ୍ୟବଧାନରେ ମେଡିକାଲରେ ଚେକ୍ ଅପ୍ କରାଯାଇଥାଏ । ସାବିତ୍ରୀ ଦେବୀଙ୍କୁ ଏବେ ୮୦ ବର୍ଷ ବୟସ ହୋଇଥିବା ବେଳେ ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଥିଲା । ତେଣୁ ତାଙ୍କୁ ଡେରାଡୁନର ଜୌଲିଗ୍ରାଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ମାଆ ସାବିତ୍ରୀଙ୍କର ସ୍ୱାସ୍ଥ୍ୟା ବିଗିଡ଼ିବା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ହସ୍ପିଟାଲରେ ପହଞ୍ଚିଥିଲେ । ଜୌଲିଗ୍ରାଣ୍ଟ ଓ ଆଖାପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯିବା ସହ ଏୟାରପୋର୍ଟ ଠାରୁ ହସ୍ପିଟାଲ ପର୍ଯ୍ୟନ୍ତ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଜୌଲିଗ୍ରାଣ୍ଟ ହସ୍ପିଟାଲରେ ପହଞ୍ଚିବା ପରେ ହରିଦ୍ୱାରର ପୂର୍ବତନ ସାଂସଦ ରମେଶ ପୋଖରିୟାଲ ନିଶଙ୍କ ଓ କ୍ୟାବିନେଟ ମନ୍ତ୍ରୀ ସୁବୋଧ ଉନିୟାଲଙ୍କ ମିଶି ସେ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ସେ ମାଆଙ୍କର ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ଗୋରଖପୁରରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମୟରେ ଯୋଗୀ ମାଆଙ୍କର ସ୍ୱାସ୍ଥ୍ୟ ବିଷୟରେ ଖବର ପାଇଥିଲେ । ଏହାପରେ ସେ ତ୍ୱରିତ ଭାବେ ମା’ଙ୍କୁ ଦେଖିବାକୁ ଯାତ୍ରା କରିଥିଲେ । ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡର ଯମକେଶ୍ୱର ବ୍ଲକର ପଞ୍ଚୁର ଗ୍ରାମରେ ଯୋଗୀଙ୍କ ମା’ ସାବିତ୍ରୀ ଦେବୀ ରହୁଛନ୍ତି । ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିଲେ ଯୋଗୀ ସର୍ବଦା ମା’ଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିଥାନ୍ତି ।

Get real time updates directly on you device, subscribe now.