ଖର୍ଚ୍ଚ କରିଥିଲେ ଯେତିକି ପାଇଲେ ୩ ଗୁଣା, ମହାକୁମ୍ଭରୁ ମାଲାମାଲ ହେଲେ ୟୁପି ସରକାର
ମହାକୁମ୍ଭରୁ କୋଟି କୋଟି ଟଙ୍କା ଲାଭ ପାଇଲେ ଯୋଗୀ ସରକାର। ନିଜେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ। ମହାକୁମ୍ଭ ପାଇଁ ଭରିଯାଇଛି ଯୋଗୀ ସରକାରଙ୍କ ରାଜସ୍ୱ।
ଉତ୍ତରପ୍ରଦେଶ: ଦୀର୍ଘ ଦେଢ଼ ମାସ ଧରି ଚାଲିଛି ମହାକୁମ୍ଭ ମେଳା। ଏହି ମହାକୁମ୍ଭରେ ଦେଶର କୋଣ ଅନୁକୋଣରୁ ଲୋକ ଆସି ସଙ୍ଗମରେ ବୁଡ଼ ପକାଉଛନ୍ତି। ହେଲେ ସବୁଠୁ ବଡ଼ କଥା ହେଉଛି କି , ଏହି ମହାକୁମ୍ଭ ପାଇଁ ୟୁପି ସରକାର କୋଟି କୋଟି ଟଙ୍କାର ଲାଭ ପାଇଛନ୍ତି।
ଯେଉଁଥିପାଇଁ ଯୋଗୀ ସରକାରଙ୍କ ରାଜସ୍ୱ ଭରି ଯାଇଛି। ହଁ ଆଜ୍ଞା ଏକଥା ଆମେ କହୁନାହୁଁ ବରଂ ଏ ନେଇ ନିଜେ ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ମହାକୁମ୍ଭ ଆୟୋଜନରେ ଯେତିକି ଖର୍ଚ୍ଚ ହୋଇଥିଲା ତାର ୩ ଗୁଣା ଲାଭ ପାଇଛନ୍ତି।
ମହାକୁମ୍ଭରୁ ମାଲାମାଲ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଦେଶର ୧୧୦ କୋଟି ଲୋକଙ୍କ ମଧ୍ୟରୁ ୫୦ କୋଟି ଲୋକ ତ୍ରିବେଣୀରେ ବୁଡ଼ ପକାଇ ସାରିଲେଣି। ଯେଉଁଥିରେ ଅନେକ ସାଧୁ ସନ୍ଥଙ୍କ ସହ ସାଧାରଣ ଲୋକ ମଧ୍ୟ ସାମିଲ ଅଛନ୍ତି।
ଆଉ ଏହି ମହାକୁମ୍ଭ ୧୪୪ ବର୍ଷ ପରେ ଏବେ ପଡିଛି। ତେଣୁ ଅଧିକ ଲୋକଙ୍କ ସମାଗମ ହେଉଛି। ପ୍ରତି ୧୨ ବର୍ଷରେ ଅର୍ଦ୍ଧକୁମ୍ଭ ଏବଂ ପ୍ରତି ଛଅ ବର୍ଷରେ କୁମ୍ଭ ଆୟୋଜନ ହୁଏ। ହେଲେ ୧୪୪ ବର୍ଷରେ ମହାକୁମ୍ଭ ପଡିଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ମାତ୍ରାରେ ରହିଛି।
ତେଣୁ ଲୋକଙ୍କ ସୁବିଧା ସୁଯୋଗ ପାଇଁ ୟୁପି ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ କରିଛନ୍ତି। ସାଧୁ ସନ୍ଥଙ୍କ ପାଇଁ ବିଶେଷ ସୁବିଧା ରହିଛି। ଆଉ ଏହି ଆୟୋଜନ ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ଲାଭ ମିଳିଛି ୩ ଲକ୍ଷ କୋଟି। ଏନେଇ ନିଜେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଯୋଗୀଙ୍କ ସୂଚନା: ୟୁପିରେ ଚାଲିଥିବା ମହାକୁମ୍ଭ ମେଳା ଅବସରରେ ମୁଖ୍ୟମନ୍ତ୍ରୀ ଆଜି ଏକ ବଡ଼ କଥା କହିଦେଇଛନ୍ତି। ଏକ ସଭାରେ ସେ କହିଛନ୍ତି ଏହି କୁମ୍ଭମେଳାରେ ସାଧୁସନ୍ଥଙ୍କ ଏକାଠି ହେବା ମୋ ପାଇଁ କିଛି କମ୍ କଥା ନୁହେଁ।
ମହାକୁମ୍ଭ ମେଳାର ସୁରକ୍ଷା ସହ ମେଳା ସୁରୁଖୁରରେ ସମାପନା ଚାଲିଛି। ଯାହାକି ମୋ ପାଇଁ ଏକ ଗର୍ବର ବିଷୟ। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ରେଳପଥ ଠୁ ଆରମ୍ଭ କରି ଆକାଶମାର୍ଗ ଏୟାରପୋର୍ଟ ସମସ୍ତ ବ୍ୟବସ୍ଥା ସୁରୁଖୁରରେ କରାଯାଇଥିଲା।
୫୦ କୋଟି ଲୋକ ବୁଡ ପକାଇବା ଓ ସେହି କାମ ସୁରୁଖୁରରେ ହେବା ମୋ ପାଇଁ ଛୋଟ କଥା ନୁହେଁ। ଏହି ବ୍ୟବସ୍ଥା ଦ୍ୱାରା ଉତ୍ତର ପ୍ରଦେଶର ସ୍ଥିତି ସୁଧୁରିଛି। କାରଣ ଏହି ଆୟୋଜନ ପାଇଁ ୧୫୦୦ କୋଟି ଖର୍ଚ୍ଚ କରାଯାଇଥିଲା। କିନ୍ତୁ ୩ ଲକ୍ଷ କୋଟି ଲାଭ ମିଳିଛି। ଯାହା ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେବ।