fbpx

ଆକ୍ସନ ମୋଡରେ ୟୁପି ସରକାର: ଗୋଡେଇ ଗୋଡେଇ ଧରୁଛି ପୋଲିସ

Advertisement

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ଦଙ୍ଗା । ନୂପୁର ଶର୍ମାଙ୍କ ବିରୋଧରେ ନାରାବାଜୀ କରିବା ସହ ତାଙ୍କୁ ଗିରଫ କରିବା ପାଇଁ ଦାବି ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ଆଜି ଜୁମେର ନମାଜ ପରେ ଦେଶବ୍ୟାପୀ ମସଜିଦରେ ପରିସ୍ଥିତି ଜଟିଳ ହୋଇଯାଇଛି । ଯାହାପରେ ଆକ୍ସନ ମୋଡକୁ ଅସିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର । ବିଭିନ୍ନ ସ୍ଥାନରେ ଏଭଳି ହଡତାଳ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ଆରମ୍ଭ କରିଛି ପୋଲିସ ।

ତେବେ ଘଟଣା ଆରମ୍ଭ ହୋଇଥିବା କାନପୁରରେ ଏବେ ଶାନ୍ତି ବଜାୟ ରହିପାରିଛି । ପୋଲିସର କଡା ବ୍ୟବସ୍ଥା ଯୋଗୁଁ ଏଠାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇ ପାରିନାହିଁ । କିନ୍ତୁ ଅନ୍ୟ ସହରମାନଙ୍କରେ ଏହାକୁ ନେଇ ବିବାଦ ଘନେଇଛି । ବିଭିନ୍ନ ସ୍ଥାନରେ ଏହି ମାମଲାକୁ ନେଇ ଅନେକ ଲୋକ ନାରାବାଜୀ ଦେବା ସହିତ ହଙ୍ଗାମା କରିଛନ୍ତି । ଏହାପରେ ଉତ୍ତରପ୍ରଦେଶ ପୋଲିସ ଆକ୍ସନ ମେଶଡକୁ ଆସିଛି । ସହାଦନାପୁରରୁ ପୋଲିସ ୨୧ ଜଣଙ୍କୁ ଗିରଫ କରିଥିବା ବେଳେ ହାଥରସରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ ।

ହାଥରସରେ ଏମିତି ବିରୋଧ ପ୍ରଦର୍ଶନ ପରେ ରାସ୍ତାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପରିସ୍ତିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଥିବା କହିଛନ୍ତି ଡିଆଇଜି ଦୀପକ କୁମାର । ଏହାବ୍ୟତୀତ ପ୍ରତିବାଦରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Get real time updates directly on you device, subscribe now.