fbpx

ଭୟଙ୍କର ସଡ଼କ ଦୁର୍ଘଟଣା: ବସକୁ ପିଟିଲା ଟ୍ରକ୍, ୯ ମୃତ; ୨୭ ଆହତ

Advertisement

ବାରବଙ୍କୀ: ଉତ୍ତରପ୍ରଦେଶର ବାରବଙ୍କୀ ଠାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଦିଲ୍ଲୀରୁ ବହରାଇଚ୍ ଅଭିମୁଖେ ଯାଉଥିବା ଏକ ବସ୍ କୁ ଗୋଟିଏ ଟ୍ରକ୍ ଧକ୍କା ହୋଇଯାଇଛି । ଫଳରେ ୯ଜଣ ବସ୍ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଘଟଣାରେ ୨୭ ଜଣ ଯାତ୍ରୀ ଗମ୍ଭୀର ଭାବରେ ଆହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟର୍ ରେଫର୍ କରାଯାଇଛି ।

ସୂଚନାକ୍ରମେ, ଗୁରୁବାର ଦିନ ଭୋର ୫ଟା ୩୦ ମିନିଟ୍ ରେ ଦିଲ୍ଲୀରୁ ବହରାଇଚ୍ ଯାଉଥିବା ଟୁରିଷ୍ଟ ବସ୍ ସହିତ ବିପରୀତ ପଟରୁ ଆସୁଥିବା ଏକ ଟ୍ରକ୍ ସହିତ ଖୁବ୍ ଜୋରରେ ଧକ୍କା ହୋଇଥିଲା । ଟ୍ରକ୍ ଟି ଗାଡ଼ି ଉପରୁ ନିଜ ନିୟନ୍ତ୍ରଣ ହରାଇ ଧକ୍କା କରିଥିବା ଜଣାପଡ଼ିଛି । ଧକ୍କା ଏତେ ଜୋରରେ ହୋଇଥିଲା ଯେ, ଦୁଇଟି ଯାକ ଗାଡ଼ିର ଗ୍ଲାସ୍ ସବୁ ଭାଙ୍ଗିଯାଇଥିଲା । ଦୁର୍ଘଟଣା ଖବର ପାଇ ପୋଲିସ୍ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବସ୍ ଓ ଟ୍ରକ୍ କୁ କଟାଯାଇ ଆହତଙ୍କୁ ବାହାର କରାଯାଇଥିଲା । ସମସ୍ତଙ୍କ ଆହତଙ୍କୁ ଜିଲ୍ଳା ହସ୍ପିଟାଲକୁ ପଠାଇଦିଆଯାଇଛି । ସେଥିମଧ୍ୟରୁ ୯ ଜଣଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.