fbpx

ଶିକ୍ଷା ବିଭାଗ ଜାରି କଲା ବର୍ଷ ୨୦୨୪ ସ୍କୁଲ ଛୁଟି ତାଲିକା, ପୁରା ୧୧୮ଦିନ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: ନୂଆବର୍ଷର ଆଗମନକୁ ସ୍ୱାଗତ କରିବାକୁ ସମସ୍ତେ ପୁରା ପ୍ରସ୍ତୁତ । ଆଉ ମାତ୍ର ୫ ଦିନ ବାକି ନୂଆବର୍ଷର ପଦାର୍ପଣକୁ । ପିଲାମାନେ ନୂଆବର୍ଷର ସବୁଠାରୁ ଅଧିକ ଆନନ୍ଦ ଉଠାଇଥାନ୍ତି । କିନ୍ତୁ ପିଲାମାନଙ୍କ ଲାଗି ସବୁଠାରୁ ଅଧିକ ଖୁସି ଆଣିଥାଏ ଛୁଟି ଦିନ ଗୁଡିକ । ଏହି କ୍ରମରେ ନୂଆବର୍ଷ ଅର୍ଥାତ୍ ୨୦୨୪ରେ ସ୍କୁଲ କେତେଦିନ ଛୁଟି ରହିବ ସେ ସଂପର୍କରେ ଉତ୍ତରପ୍ରଦେଶ ଶିକ୍ଷା ବିଭାଗ ଏହାର ବାର୍ଷିକ କ୍ୟାଲେଣ୍ଡର ଜାରି କରି ସାରିଲାଣି । କ୍ୟାଲେଣ୍ଡର ଅନୁଯାୟୀ ରାଜ୍ୟରେ ୧୧୮ ଦିନ ସ୍କୁଲ ଛୁଟି ରହିବ । ଏହି ବର୍ଷ ୧୫ ଦିନ ପରୀକ୍ଷା ଦିବସ ରହିଥିବା ବେଳେ ବାକି ୨୩୩ଦିନ ପାଠ ପଢା ହେବ ।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମଙ୍ଗଳବାର ୨୦୨୪ ଲାଗି ଛୁଟି ଓ ପାଠପଢା ସମ୍ବନ୍ଧିତ ଏକାଡେମିକ୍ କ୍ୟାଲେଣ୍ଡର ଜାରି କରିଛି । ଏହି ବର୍ଷ ମହିଳା ଶିକ୍ଷୟିତ୍ରୀଙ୍କ ଲାଗି ଅଧିକ ଛୁଟି ରହିଛି । ସେମାନଙ୍କୁ ଏହି ବର୍ଷରେ କରବା ଚୌଥ ବ୍ୟତିରେକ ଅନ୍ୟ ୨ ବ୍ରତ ଲାଗି ମଧ୍ୟ ଛୁଟି ମିଳିଛି । କିନ୍ତୁ ସେମାନଙ୍କୁ ଏଥିପାଇଁ ସ୍କୁଲ ଅଧ୍ୟକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡିବ । ଏହା ବ୍ୟତିତ ଖରାଦିନ ଛୁଟି ୨୧ମେ’ରୁ ୩୦ଜୁନ୍ ପର୍ଯ୍ୟନ୍ତ ଅର୍ଥାତ୍ ପୁରା ୪୧ ଦିନ ରହିବ ।

Get real time updates directly on you device, subscribe now.