fbpx

UPTET ପେପର୍ ଲିକ୍ ପରେ ରାଜ୍ୟରେ ପରୀକ୍ଷା ବାତିଲ, ୩ ଜଣଙ୍କୁ ଉଠାଇଲା ଏସଟିଏଫ୍; ପଚରାଉଚରା ଜାରି

ଲଖନଉ: ଉତ୍ତରପ୍ରଦେଶରେ ରବିବାର ଦିନ ଅର୍ଥାତ୍ ୨୮ ତାରିଖ ଦିନ ହେବାକୁ ଥିବା ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହୋଇଯାଇଛି । ଯାହାପରେ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ପରୀକ୍ଷାର ପ୍ରଶ୍ନପତ୍ର ହ୍ୱାଟସଆପ୍ ରେ ଲିକ୍ ହୋଇଥିବା ସୂଚନା ମିଳିଛି । ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବାକୁ ଥିଲା । ଲିକ୍ ପରେ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ୟୁପିଟିଇଟି ପରୀକ୍ଷାକୁ ବାତିଲ କରିଦିଆଯାଇଛି ।

ୟୁପିର ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ, ଏହି ପରୀକ୍ଷା ଏବେ ଆସନ୍ତା ମାସ ଆୟୋଜନ କରାଯିବ । ମିଳିଥିବା ସୂଚନା ଅନୁସାରେ, ପେପର୍ ଆରମ୍ଭ ରୁ ହିଁ ମଥୁରା, ଗାଜିଆବାଦ୍ ଓ ବୁଲନ୍ଦସହର ହ୍ୱାଟସଆପ୍ ଗ୍ରୁପରେ ପେପର୍ ଲିକ୍ ହୋଇଥିଲା । ଏସଟିଏଫ୍ ମେରଠରୁ ତିନି ଜଣଙ୍କୁ ଉଠାଇ ଏହି ମାମଲାରେ ଧରିଛି । ସେମାନଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି ।

Get real time updates directly on you device, subscribe now.