(ଭାଇରାଲ ଭିଡିଓ) ବାପରେ… ବାପ୍ କେତେ ରାଗ! ଗାଡ଼ିରୁ ବାହାରିବାକୁ କହିଲେ ବୋଲି ଛାତିରେ ବନ୍ଧୁକ ଲଗାଇଦେଲେ ମହିଳା

ସିଏନଜି ଷ୍ଟେଶନରେ ମହିଳାଙ୍କ ଦାଦାଗିରି । ବନ୍ଧୁକ ଧରି କାର୍ମଚାରୀଙ୍କ ଛାତିରେ ଲଗେଇଦେଲେ ।

ପ୍ରୟାଗରାଜ: ଉତ୍ତର ପ୍ରଦେଶ ହାର୍ଦୋଇରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସିଏନଜି ଷ୍ଟେଶନରେ ଘଟିଛି ହାଇଡ୍ରାମା ।

ଏ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ବନ୍ଧୁକଟିଏ ଧରି ସିଏନଜି କର୍ମଚାରୀଙ୍କ ଛାତିରେ ଲଗେଇ ତାଙ୍କୁ ଗାଳି କରୁଥିବାର ଦେଖିବାକୁ ମିଳିଛି ।

ଗତ ରବିବାର ଦିନ ମହିଳା ତାଙ୍କ ପରିବାର ସହିତ କାରରେ ସିଏନଜି ଗ୍ୟାସ୍ ଭର୍ତ୍ତି କରିବାକୁ ଆସିଥିବାବେଳେ ସେଠାର କର୍ମଚାରୀ ରଜନିଶ କୁମାର ସେମାନଙ୍କୁ କାର୍ ଭିତରୁ ବାହରିବାକୁ କହିଥିଲେ ।

ଏ କଥାକୁ ନେଇ ରଜନିଶ ଏବଂ ଏହେଶାସଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା । ରଜନିଶ ପ୍ରଥମେ ଏହେଶାସଙ୍କୁ କହୁଣିରେ ପଛକୁ ଠେଲିଦେଲେ । ଯାହାପରେ କାର ଭିତରୁ ଝିଅ ଅରିବା ଖାନ୍ ବାହାରି ଆସିଥିଲେ ।

ରାଗରେ ଅରିବା ବନ୍ଧୁକଟିକୁ ନେଇ ରଜନିଶଙ୍କ ଛତିରେ ଲଗେଇ ଗୁଳି ଫୁଟାଇବାର ଧମକ ଦେଲେ । ସେ କହିଲେ, ଏତେ ଗୁଳି ଫୁଟେଇବି ଯେ, ଘରେ ଚିହ୍ନିପାରିବେନି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏ ନେଇ ରଜନିଶ ଥାନାରେ ଏଫଆଇଆର ରୁଜୁ କରିବା ପରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅରିବାଙ୍କ ସମେତ ଅନ୍ୟ ୨ ଜଣଙ୍କୁ ପୋଲିସ ଅଟକ ରଖିଛି । ସେମାନଙ୍କ ନିକଟରୁ ୨୫ଟି ବନ୍ଧୁକ ଜବତ କରିଛି ପୋଲିସ ।