ଏଣିକି ସିଭିଲ ସର୍ଭିସ ପରୀକ୍ଷାରେ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ଚଳିତ ବର୍ଷରୁ ହେବ ଲାଗୁ
ୟୁପିଏସସିର ପରୀକ୍ଷାରେ ବାଧ୍ୟତାମୂଳକ ହେବ ବାୟୋମେଟ୍ରିକ୍
ନୂଆଦିଲ୍ଲୀ: ସଂଘ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିସ ପରୀକ୍ଷାଗୁଡ଼ିକରେ ବର୍ତ୍ତମାନ ବାୟୋମେଟ୍ରିକ୍ ପରିଚୟ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବାକୁ ଯାଉଛି।
ଏଥିସହ ୟୁପିଏସସି ସିଭିଟ୍ ପରୀକ୍ଷାଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ମଧ୍ୟ କରିବ। ୟିପିଏସସି ସିଭିଲ ସର୍ଭିସ ପରୀକ୍ଷାଗୁଡ଼ିକରେ ନକଲି ସମେତ ଅନ୍ୟ ଅନିୟମିତତାକୁ ରୋକିବା ପାଇଁ ଏହି ନୂଆ ବ୍ୟବସ୍ଥାକୁ ଆପଣାଇବାର ନିଷ୍ପତ୍ତି ନେଇଛି, ଯାହା ଚଳିତ ବର୍ଷ ଲାଗୁ ହେବ।
କାହିଁକି ନିଆଗଲା ଏହି ନିଷ୍ପତ୍ତି: ୟୁପିଏସସି ପୂଜା ଖେଡକରଙ୍କ ମାମଲା ସାମ୍ନାକୁ ଆସିବା ପରେ ଏହି ନିଷପତ୍ତି ନେଇଛି। ପୂଜା ଖେଡ଼କର ପୂର୍ବତନ ଆଇଏଏସ ପ୍ରୋବେଶନର, ଯିଏ ଠକେଇ ଏବଂ ଅସଦାଚରଣ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି।
UPSC ଜୁଲାଇ 2024 ରେ CSE 2022 ପାଇଁ ଖେଡକରଙ୍କ ପ୍ରାର୍ଥୀପତ୍ର ବାତିଲ କରି ଦେଇଥିଲା, କାରଣ ସେ ପରୀକ୍ଷାରେ ଯୋଗଦେବା ପାଇଁ ନିର୍ଦ୍ଧାରିତ ସର୍ବାଧିକ ପ୍ରୟାସ ଅପେକ୍ଷା, ଅଧିକ ଥର ପରୀକ୍ଷା ଦେଇଥିଲେ।