fbpx
BSKY SKY
BSKY SKY

EPFOରେ ପୂରଣ ହେବ ୩୨୩ଟି PA ପଦ: UPSC ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

BSKY

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ରେ ୩୨୩ ଜଣ ବ୍ୟକ୍ତିଗତ ସହାୟକ (ପିଏ)ଙ୍କୁ ନିଯୁକ୍ତି ଦିଅଯିବ । ଏନେଇ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଣସଂରକ୍ଷିତଙ୍କ ପାଇଁ ୧୩୨ଟି, ଆର୍ଥିକ ପଛୁଆ ଶ୍ରେଣୀ (ଇଡବ୍ଲ୍ୟୁଏସ)ଙ୍କ ପାଇଁ ୮୭ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୪୮ଟି, ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୨୪ଟି ଓ ପିଡବ୍ଲ୍ୟୁବିଡିଙ୍କ ପାଇଁ ୧୨ଟି ପଦ ଖାଲି ରହିଛି ।

ମାର୍ଚ୍ଚ ମାସ ୭ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇସାରିଥିବା ବେଳେ ତାହା ଆସନ୍ତା ୨୭ ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୨୮ରୁ ଏପ୍ରିଲ ୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ ପ୍ରିଣ୍ଟ କରିପାରିବେ । ଚଳିତ ବର୍ଷ ମାର୍ଚ୍ଚ ମାସ ୨୭ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ସମସ୍ତ ପଦ ପାଇଁ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପ୍ରାର୍ଥୀ ସ୍ନାତକ ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://upsconline.nic.in/upsc/OTRP/index.php

ନୋଟିଫିକେସନ ଲିଙ୍କ: https://upsc.gov.in/sites/default/files/AdvtNo-51-2024-Spcl-PrsnAsst-engl-070324_0.pdf

Get real time updates directly on you device, subscribe now.