fbpx

ୟୁରିକ ଏସିଡ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ଜିନିଷ, ଜଏଣ୍ଟ ପେନ ହୋଇଯିବ ଦ୍ୱିଗୁଣ

ଓଡ଼ିଶା ଭାସ୍କର: ଆଜିକାଲି ଲୋକେ ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପାନୀୟ ପାଇଁ ଅନେକ ରୋଗର ଶିକାର ହେଉଛନ୍ତି । ଏହି ରୋଗରେ ଏକ ୟୁରିକ ଏସିଡର ସମସ୍ୟା ଅନ୍ୟତମ । ଯେତେବେଳେ ଶରୀରରେ ୟୁରିକ ଏସିଡ ପରିମାଣ ବଢିଯାଏ ସେହି ସମୟରେ ଜଏଣ୍ଟ ପେନ ସହ ଅନେକ ସମସ୍ୟା ଦେଖାଯାଇଥାଏ । ଏଥିପାଇଁ ସତର୍କ ରହିବା ନିହାତି ଆବଶ୍ୟକ । ଯଦି ଆପଣ ଏହାକୁ କଣ୍ଟ୍ରୋଲ ନ କରୁଛନ୍ତି ତେବେ ଏହା କିଡନୀ ଫେଲିୟର, ଲିଭର ଫେଲିୟର ବା ହାର୍ଟ ଆଟାକ ଭଳି ରୋଗରେ ଆକ୍ରାନ୍ତୁ ହୋଇପାରନ୍ତି । ତେବେ ୟୁରିକ ଏସିଡର ରୋଗୀଙ୍କୁ କିଛି ଖାଦ୍ୟ ପାନୀୟ ପ୍ରତି ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ରହିଛି । ଆସନ୍ତୁ ଜାଣିବା ସେହି ବିଷୟରେ..

ବାଇଗଣ ପ୍ୟୁରିନର ଏକ ଅଂଶ ବୋଲି କୁହାଯାଏ । ଏଥିପାଇଁ ୟୁରିକ ଏସିଡର ରୋଗୀଙ୍କୁ ଏହାକୁ ଖାଇବା ପାଇଁ ବାରଣ କରାଯାଇଛି । ଯଦି ଆପଣ ଏହାକୁ ନିଜ ଡାଏଟରେ ସାମିଲ କରିବେ ତେବେ ଏଥିରେ ଆପଣଙ୍କ ୟୁରିକ ଏସିଡର ଲେବଲ ବଢିବା ସହ ଶରୀରରେ ଶୁଖିଲାପଣ, ଚେହେରାରେ କୁଣ୍ଡାଇବା ଭଳି ସମସ୍ୟା ଦେଖାଯିବ ।

ୟୁରିକ ଏସିଡର ରୋଗୀଙ୍କୁ ଶୁଖିଲା ମଟର ସେବନ କରିବା ଉଚିତ ନହେଁ । ଏଥିରେ ଅଧିକ ମାତ୍ରାରେ ପ୍ୟୁରିନ ମିଳିଥାଏ । ଯଦି ଆପଣ ଏହାର ସେବନ କରିବେ ତେବେ ଏହା ଅପଣଙ୍କ ପାଇଁ ବିପଦ ହୋଇପାରେ ।

ଯଦି ଆପଣ ୟୁରିକ ଏସିଡର ରୋଗୀ ତେବେ ପାଳଙ୍ଗ, ଛତୁ, ବନ୍ଧାକୋବି ଭଳି ପରିବା ଠାରୁ ନିଜକୁ ଦୂରେଇ ରଖନ୍ତୁ । କାରଣ ଏଥିରେ ବହୁ ପରିମାଣରେ ପ୍ରୋଟିନ ରହିଥାଏ, ଯାହାୟୁରିକ ଏସିଡର ରୋଗୀଙ୍କ ପାଇଁ ହାନିକାରକ ଅଟେ ।

Get real time updates directly on you device, subscribe now.