fbpx

୨୦ ବର୍ଷ ପରେ ବି ହାତ ଖାଲି; ଆମେରିକାରପୁତିନଙ୍କ କଟାକ୍ଷ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆମେରିକାକୁ କଟାକ୍ଷ କରିଛନ୍ତି । ପୁତିନ କହିଛନ୍ତି ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନକୁ କବଜାରେ ରଖିବା ପରେ ମଧ୍ୟ ଆମେରିକାର ହାତ ଖାଲି ରହିଛି । ୨୦ ବର୍ଷ ଧରି ନିଜର ସେନାବାହିନୀ ଜରିଆରେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବାକୁ ଆମେରିକା ପ୍ରୟାସ କରିଥିଲା । ମାତ୍ର ଦୀର୍ଘ ୨୦ ବର୍ଷର ପ୍ରୟାସ ପରେ ମଧ୍ୟ ଆମେରିକାର ହାତ ଖାଲି ରହିଯାଇଛି ବୋଲି ପୁତିନ କହିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଆଫଗାନ ବାସୀଙ୍କୁ ସଭ୍ୟ କରିବାର ପ୍ରୟାସ କରିଥିଲା ଆମେରିକା ।
ଏଭଳି ପ୍ରୟାସ କାରଣରୁ ସମଗ୍ର ବିଶ୍ୱ ଭୟଙ୍କର ଦୁଃସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଆମେରିକା ଆଫଗାନିସ୍ତାନର ଲୋକଙ୍କୁ ନିଜ ନିୟମ ଓ ଆଇନରେ ବାନ୍ଧି ରଖିବାକୁ ପ୍ରୟାସ କରିଥିଲା । ଏପରିକି ସେଠିକାରୀ ରାଜନୈତିକ ଦଳ ଗୁଡିକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଆମେରିକା ପ୍ରୟାସ କରିଥିଲା । ଯଦିଓ ଆମେରିକାର ସୈନ୍ୟ ଫେରସ୍ତକୁ ଆମେ ନକରାତ୍ମକ ଫଳାଫଳ କହିବା ଠିକ ହେବ ନାହିଁ ତଥାପି ଏହାକୁ ଫଳଶୂନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ପୁତିନ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆମେରିକା ପୂର୍ବରୁ ସୋଭିଏତ ୟୁନିୟନ ୧୦ ବର୍ଷ ଧରି ଆଫଗାନିସ୍ତାନରେ ଯୁଦ୍ଧ ଲଢିଥିଲା ।

Get real time updates directly on you device, subscribe now.