TikTokକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିର୍ଦ୍ଦେଶ, ଆମେରିକାରେ ଚାଲିବ ଆହୁରି ୯୦ ଦିନ

ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକ୍‌କୁ ନେଇ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ଚୀନ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକକୁ ଆମେରିକାରେ ଅଧିକ ୯୦ ଦିନ ପର୍ଯ୍ୟନ୍ତ ଚାଲୁ ରଖିବାର ଏକ ନିର୍ଦ୍ଦେଶ ଉପରେ ଦସ୍ତଖତ କରିଛନ୍ତି। ଏହି ସୂଚନା ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ସେୟାର କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟିକଟକକୁ ଅଧିକ ୯୦ ଦିନର ସୁଯୋଗ ଏଥିପାଇଁ ଦେଲେ କାରଣ, ଚୀନ ସୋସିଆଲ ମିଡିଆ କମ୍ପାନୀକୁ ଆମେରିକା ଅଣ୍ଡରରେ ଆଣିବା ପାଇଁ ଯେଉଁ ଡିଲ୍ ହେବ, ଏଥିପାଇଁ ତାଙ୍କ ପ୍ରଶାସନକୁ ସମୟ ମିଳିଯିବ। ଟିକଟକର ଏହି ସମୟସୀମା ବଢାଇବା ନିଷ୍ପତ୍ତି ଟ୍ରମ୍ପଙ୍କର ଏହା ୩ ଥର।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକକୁ ନେଇ ପ୍ରଥମ ନିର୍ଦ୍ଦେଶ ୨୦ ଜାନୁଆରୀରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ଦିନ ଜାରି କରିଥିଲେ। ଦ୍ୱିତୀୟ ନିର୍ଦ୍ଦେଶ ସେ ଅପ୍ରେଲରେ ଦେଇଥିଲେ। ପୁଣିଥରେ ଆଜି ଟିକଟକ ପାଇଁ ସମୟସୀମା ବୃଦ୍ଧି କରିବାର ଘୋଷଣା କରିଛନ୍ତି।