ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ପ୍ରଚାର ଅଭିଯାନ ଅନ୍ତିମ ପର୍ଯ୍ୟାୟରେ । ଏହି ନିର୍ବାଚନରେ ଡେମୋକ୍ରେଟ୍ସ କମଲା ହାରିସ୍ ଏବଂ ରିପବ୍ଲିକନ୍ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ଉଭୟ ପ୍ରାର୍ଥୀ ପ୍ରମୁଖ ରାଜ୍ୟଗୁଡ଼ିକରେ ସର୍ବାଧିକ ସମର୍ଥନ ହାସଲ ହେତୁ ବ୍ୟାପକ ସ୍ତରରେ ରାଲି ଏବଂ ଜନସଭାରେ ବ୍ୟସ୍ତ ଅଛନ୍ତି ।
୭୦ ମିଲିୟନରୁ ଅଧିକ ଆମେରିକୀୟ ପୂର୍ବରୁ ମତଦାନ କରିସାରିଛନ୍ତି ଯାହା ୨୦୨୦ରେ ମୋଟ୍ ମତଦାନର ୪୫% । ଜନମତ ସର୍ବେକ୍ଷଣରୁ ଜଣାଯାଏ କି ଟ୍ରମ୍ପ ଏବଂ ହାରିସଙ୍କ ମଧ୍ୟରେ କଡ଼ା ଟକ୍କର ହେବ ଯାହାର ଫଳାଫଳ Seven Swing Statesର ମତଦାତାଙ୍କ ଉପରେ ନିର୍ଭର କରୁଛି । ଏଥିମଧ୍ୟରେ ନିର୍ବାଚନକୁ ନେଇ ନିମ୍ନଲିଖିତ ପ୍ରମୁଖ ପ୍ରସଙ୍ଗ ସାମିଲ ରହିଛି ।
୧. ଅର୍ଥବ୍ୟବସ୍ଥା: ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିବା ଟ୍ରମ୍ପ ତାଙ୍କ କାର୍ଯ୍ୟକାଳ ସମୟରେ ଧନୀ ବ୍ୟକ୍ତିଙ୍କ ପାଇଁ ଟିକସ୍ ଛାଡ଼ ଲାଗୁ କରିଥିଲେ । ଚଳିତ ନିର୍ବାଚନରେ ଆମେରିକୀୟ ଆମଦାନୀ ଉପରେ ୧୦% ଅଧିକ ଟ୍ୟାକ୍ସ ଲାଗୁ କରିବା ନେଇ ଚର୍ଚ୍ଚା ହେଉଛି । ଏହା ଆମେରିକୀୟ ନାଗରିକଙ୍କ ପାଇଁ ଟିକସ୍ ହ୍ରାସ କରିବାରେ ସହାୟକ ହେବ ବୋଲି ଟ୍ରମ୍ପ ଦାବି କରିଛନ୍ତି । ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ ଆମେରିକାକୁ ‘କ୍ରିପ୍ଟୋ କ୍ୟାପିଟାଲ ଅଫ୍ ପ୍ଲାନେଟ’ରେ ପରିବର୍ତ୍ତନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷରେ କମଳା ହାରିସ୍ ମଧ୍ୟବିତ୍ତ ବର୍ଗଙ୍କୁ ଦୃଷ୍ଟିରେ ରଖି ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲକ୍ଷରେ ଅଛନ୍ତି ।
୨. ଇମିଗ୍ରେସନ୍: ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଇମିଗ୍ରେସନ୍ । ଟ୍ରମ୍ପ ପ୍ରଥମ କାର୍ଯ୍ୟକାଳରେ ଇମିଗ୍ରେସନ୍ ପ୍ରସଙ୍ଗ ଉଠାଇଥିଲେ । ବର୍ତ୍ତମାନ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ବି ସେ ଏହାର ଫାଇଦା ଉଠାଇବାକ୍ୁ ଚାହୁଁଛନ୍ତି । ତେଣୁ ଦ୍ୱିତୀୟ ଥିର ନିର୍ବାଚିତ ହେଲେ ସେ ଆମେରିକାରେ ଥିବା ଲକ୍ଷ ଲକ୍ଷ ବେଆଇନ୍ ପ୍ରବାସୀଙ୍କୁ ସାମୁହିକ ଭାବେ ବହିଷ୍କାର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷରେ କମଳା ମଧ୍ୟ ଟ୍ରମ୍ପଙ୍କ ଏହି ଇମିଗ୍ରେସନ ରଣନୀତିର ସମର୍ଥନ କରିଛନ୍ତି । ଏହା ବ୍ୟତୀତ ସେ ନିଜ ସାର୍ବଜାନିକ ବୟାନ ଏବଂ ଅଭିଯାନ ୱେବସାଇଟରେ ସୀମା ସୁରକ୍ଷାକୁ ଲାଗୁ କରିବା ଏବଂ ନିଶା ଔଷଧର କାରବାରରୁ ରୋକିବା ଦିଗରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।
୩. ଗର୍ଭପାତ: ଏହି ପ୍ରସଙ୍ଗ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍ଗଗତ ବିଭେଦର ସଂକେତ ମିଳୁଛି । ହାରିସ ଗର୍ଭପାତ ପକ୍ଷରେ ଅଛନ୍ତି ଏବଂ ଜାଣିଶୁଣି ଗର୍ଭପାତକୁ ସ୍ୱତନ୍ତ୍ରତା ପ୍ରସଙ୍ଗ ଭାବେ ଉପସ୍ଥାପନ କରୁଛନ୍ତି । ଟ୍ରମ୍ପଙ୍କ କହିବାନୁଯାୟୀ କମଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଗର୍ଭପାତର ନିୟମରେ ପରିବର୍ତ୍ତନ କରଦେବେ । ଅପରପକ୍ଷରେ ଟ୍ରମ୍ପଙ୍କ କହିବାନୁଯାୟୀ ଚଳିତ ନିର୍ବାଚନରେ ସେ ବିଜୟୀ ହେଲେ ଗର୍ଭପାତ ପାଇଁ ବ୍ୟବହାର ହେଉଥିବା ଔଷଧର ଉପଲବ୍ଧତାକୁ ସୀମିତ କରାଇପାରିବେ ।
୪. ଜଳବାୟୁ: ଚୀନ ପରେ ବିଶ୍ୱ ସ୍ତରରେ ଗ୍ରୀନ୍ ହାଉସ୍ ଗ୍ୟାସର ଦ୍ୱିତୀୟ ବୃହତ୍ତମ emiter ହେଉଛି ଆମେରିକା । କିନ୍ତୁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ କୌଣସି ବ୍ୟାପକ ରଣନୀତି ପ୍ରସ୍ତୁତ କରିନାହାଁନ୍ତି । ଟ୍ରମ୍ପଙ୍କ ଲକ୍ଷ ଅକ୍ଷୟ ଉର୍ଜ୍ଜା ଏବଂ ବୈଦ୍ୟୁତିକ ଯାନ ପାଇଁ ସବସିଡିକୁ ହ୍ରାସ କରିବା । ସେହିପରି କମଳା ଗ୍ରୀନ୍ ଏନର୍ଜୀ ପ୍ରୟାସରେ ନିବେଶକୁ ପ୍ରୋତ୍ସାହିତ କରିଛନ୍ତି ।
୫. ବିଦେଶୀ ରାଜନୀତି: ମଧ୍ୟ ପ୍ରାଚ୍ୟ ଏବଂ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଅଟକାଇବା ପାଇଁ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଏଥିପାଇଁ ସେ କ’ଣ ଯୋଜନା କରୁଛନ୍ତି କିଛି ସ୍ପଷ୍ଟ କରିନାହାଁନ୍ତି । ଅପରପକ୍ଷରେ ହାରିସ ନିର୍ବାଚିତ ହେଲେ ୟୁକ୍ରେନର ସମର୍ଥନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ରିପୋର୍ଟରୁ ପ୍ରକାଶ ସେ ନାଟେକୁ ନେଇ ସ୍ଥିର ରହିବେ ଯାହା ଟ୍ରମ୍ପଙ୍କ ପ୍ରୟାସର ଠିକ୍ ବିପରିତ ଅଟେ ।