fbpx

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ପୁଣି ଆକ୍ରମଣ, FBI କହିଲା ହତ୍ୟା ଷଡ଼ଯନ୍ତ୍ର, ଜଣେ ଗିରଫ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଣି ଥରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ରବିବାର ଫ୍ଲୋରିଡାରେଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ  କରାଯାଇଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି ଗୁଳିମାଡ଼ ପରେ ଟ୍ରମ୍ପ ସୁରକ୍ଷିତ ଥିବା ଜଣାପଡ଼ିଛି । ସିକ୍ରେଟ୍ ସର୍ଭିସ ଏଜେଣ୍ଟ ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରିବା ସହ ମାମଲାର ଯାଞ୍ଚ୍ କରୁଛନ୍ତି ।

ସୂଚନାରୁ ପ୍ରକାଶ ରବିବାର ଫ୍ଲୋରିଡ଼ା ସ୍ଥିତ ୱେଷ୍ଟ ପାମ୍ ବିଚରେ ଟ୍ରମ୍ପ ଅନ୍ତଜାତୀୟ ଗଲ୍ଫ୍ କୋର୍ସ ପାଖରେ ଗୁଳିଚାଳନା ହୋଇଥିଲା । ସେହି ସମୟରେ ଟ୍ରମ୍ପ ଗଲ୍ଫ୍ କୋର୍ସରେ ଗଲ୍ଫ୍ ଖେଳୁଥିଲେ । କ୍ଲବ୍ ପାଖରେ ଜଣେ ବ୍ୟକ୍ତିକୁ ବନ୍ଦୁକ ସହ ଦେଖି ଆମେରିକୀୟ ସିକ୍ରେଟ୍ ସର୍ଭିସ ଏଜେଣ୍ଟ ମଧ୍ୟ ଗୁଳି ଚଳାଇଥିଲେ । ପରେ ସେହି ବନ୍ଦୁକଧାରୀ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ତାଙ୍କ ନାଁ ରେୟାନ୍ ୱେସଲି ରୁଥ୍ ବୋଲି ଜଣାପଡ଼ିଛି । ଅପରପକ୍ଷରେ FBI ଏକ ବୟାନ ଜାରି କରି କହିଛି କି ଟ୍ରମ୍ପଙ୍କୁ ହତ୍ୟା କରାଯିବା ପାଇଁ ପ୍ରୟାସ କରାଯାଉଛି । ତେବେ ଏହି ଘଟଣା ପରେ ଡୋନାଲ୍ଡ ଟ୍ରମ୍ପ୍ ନିଜ ସମର୍ଥକଙ୍କୁ କହିଛନ୍ତି, ‘ମୁଁ ସୁରକ୍ଷିତ ଅଛି । ମୁଁ ଆଖପାଖରେ ଗୁଳି ଶବ୍ଦ ଶୁଣିଥିଲି । ମୋତେ କେହିବି ନିର୍ବାଚନୀ ପ୍ରଚାରରୁ ହଟାଇପାରିବେ ନାହିଁ । ମୁଁ କେବେ ଆତ୍ମସମର୍ପଣ କରିବି ନାହିଁ ।’

Get real time updates directly on you device, subscribe now.