ଘୁଷୁରୀ କିଡନୀ ଲଗାଇ 130 ଦିନ ପର୍ଯ୍ୟନ୍ତ ରହିଲେ ମହିଳା, ହେଲେ ହଠାତ୍ ଖରାପ ହେଲା ଦେହ ତାପରେ…
ଘୁଷୁରୀ କିଡନୀ 130 ଦିନ ଲଗାଇବା ପରେ ହଟାଇଦେଲେ ମହିଳା ।
ନୂଆଦିଲ୍ଲୀ: ଶରୀରରେ 5 ମାସ ଘୁଷୁରୀ କିଡନୀ ଲଗାଇ ରଖି ରେକର୍ଡ କଲେ ମହିଳା । ଏପ୍ରିଲ ୨୦୨୪ରେ, ଆମେରିକାର ୫୩ ବର୍ଷୀୟା ମହିଳା ତୋବାନା ଲୁନିଙ୍କ ଶରୀରରେ ଏକ ଜେନେଟିକାଲି ପରିବର୍ତ୍ତିତ ଘୁଷୁରୀ କିଡନୀ ପ୍ରତିରୋପଣ କରାଯାଇଥିଲା। ଆରମ୍ଭରେ ସବୁକିଛି ଭଲ ଚାଲିଥିଲା। ଅସ୍ତ୍ରୋପଚାର ପରେ, ସେ ଏହି ପ୍ରାଣୀର କିଡନୀ ସାହାଯ୍ୟରେ ୧୩୦ ଦିନ ଅର୍ଥାତ୍ ପ୍ରାୟ ୫ ମାସ ବଞ୍ଚିଥିଲେ ।
ସବୁଠାରୁ ଆକର୍ଷଣୀୟ କଥା ହେଉଛି ଯେ ଘୁଷୁରିର କିଡନୀରେ ଏତେ ଦିନ ପର୍ଯ୍ୟନ୍ତ କେହି ବଞ୍ଚି ନଥିଲେ । କିନ୍ତୁ ତା’ପରେ ଏପରି କିଛି ଘଟିଲା ଯାହା ଡାକ୍ତରମାନଙ୍କୁ ମଧ୍ୟ ଚିନ୍ତିତ କରିଦେଲା। ମହିଳାଙ୍କ ଶରୀର ଏହି କିଡନୀକୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କଲା। ଏହି କିଡନୀ ହଠାତ୍ କାହିଁକି କାମ କରିବା ବନ୍ଦ କରିଦେଲା ତାହା ଡାକ୍ତରମାନେ ଏପର୍ଯ୍ୟନ୍ତ ଜାଣିପାରି ନାହାନ୍ତି ।
ପୂରା ଘଟଣା କ’ଣ- ଆମେରିକାର ଆଲାବାମା ନିବାସୀ ଟୋୱାନା ଲୁନି ନାମକ ଜଣେ ମହିଳାଙ୍କ ବୃକକ୍ ଫେଲ୍ୟୁ ହୋଇଥିଲା ଏବଂ ତାଙ୍କୁ ଡାଏଲିସିସ୍ କରାଯାଇଥିଲା। ତାଙ୍କୁ ଏକ ଜେନେଟିକାଲି ପରିବର୍ତ୍ତିତ ଘୁଷୁରୀ କିଡନୀ ମାନବ ଶରୀରରେ ପ୍ରତିରୋପଣ କରାଯାଇଥିଲା ।
ପ୍ରତିରୋପଣ ସଫଳ ହୋଇଥିଲା ଏବଂ ବୃକକ୍ କାମ କରିବା ଆରମ୍ଭ କରିଥିଲା। କିନ୍ତୁ ପ୍ରାୟ ୧୩୦ ଦିନ ପରେ ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ପ୍ରତିକ୍ରିୟା ଆରମ୍ଭ ହେଲା।
ରୋଗ ପ୍ରତିରକ୍ଷା ପ୍ରଣାଳୀ ବୃକକକୁ ଏକ ବିଦେଶୀ ଅଙ୍ଗ ଭାବି ଏହାକୁ ପ୍ରତ୍ୟାଖ୍ୟାନ କଲା। ଏହା ପରେ, ଡାକ୍ତରମାନେ ସେହି କିଡନୀକୁ ବାହାର କରିବାକୁ ବାଧ୍ୟ ହୋଇଥିଲେ । ଏବେ ତୋବାନା ପୁଣି ଥରେ ଡାଏଲିସିସ୍ରେ ଅଛନ୍ତି ।