fbpx

ଗାଡି ଚଳାଇବା ସମୟରେ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି କି ? ଟାଇପ୍ ନକରି ପଠାନ୍ତୁ ମେସେଜ୍‌

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ମାଧ୍ୟମରେ ଆମେ ଚାଟ୍ କରୁ । ଲମ୍ବା ଲମ୍ବା ମେସେଜ୍ ଲେଖି ପଠାଉ ଏବଂ ତାହାର ପ୍ରତିଉତ୍ତର ମଧ୍ୟ ଦେଉ । କିନ୍ତୁ ଡ୍ରାଇଭିଙ୍ଗ ସମୟରେ ଏପରି କରିବା ସମ୍ଭବ ହୋଇନଥାଏ । କୌଣସି ମେସଜ୍ ଲେଖିବା ପାଇଁ ବା ଉତ୍ତର ଦେବା ପାଇଁ ହେଲେ ଗାଡିକୁ ରାସ୍ତା କଡରେ ଠିଆ କରିବାକୁ ପଡିଥାଏ । ତେବେ ଏହି ସମସ୍ୟାର ସମାଧାନ ମିଳିଯାଇଛି । ଗୁଗୁଲ୍ ଆସିଷ୍ଟାଣ୍ଟ ହେଉଛି ଏହାର ସମାଧାନର ବାଟ ।

ଗୁଗୁଲ୍ ଆସିଷ୍ଟାଣ୍ଟ ସାହାଯ୍ୟରେ ଆପଣ ଅତି ସହଜରେ ମେସେଜ୍ ପଠାଇପାରିବେ ଏବଂ ଉତ୍ତର ମଧ୍ୟ ରଖିପାରିବେ । ଗୁଗୁଲ୍ ଆସିଷ୍ଟାଣ୍ଟକୁ ଏକ କମାଣ୍ଟେ ଦେବାକୁ ପଡିବ, ଯାହା ଫଳରେ ସେ ଆପେ ଆପେ ଟାଇପ୍ ହୋଇଯିବ । ଆପଣ ଗାଡି ଚଳାନ୍ତୁ ବା କୌଣସି ଜରୁରୀ କାମରେ ଲିପ୍ତ ରୁହନ୍ତୁ ଗୁଗୁଲ୍ ଆସିଷ୍ଟାଣ୍ଟ ଆପଣଙ୍କ ମେସଜ୍ ଟାଇପ୍ କରିବ ।

ପ୍ରଥମେ ନିଜର ଭଏସ୍ ବା ସ୍ୱରକୁ ଗୁଗୁଲ୍ ଆସିଷ୍ଟାଣ୍ଟରେ ପଞ୍ଜିକୃତ କରନ୍ତୁ । ଗୁଗୁଲ୍ ଆସିଷ୍ଟାଣ୍ଟ ସେଟିଂକୁ ଯାଇ ଏହାକୁ ଆକ୍ଟିଭ୍ କରନ୍ତୁ । ଏହାକୁ ଆପଣ ଲକ୍ ସ୍କ୍ରିନ୍ ମୋଡ୍‌ରେ ମଧ୍ୟ ରଖିପାରିବେ ।
ଷ୍ଟେପ୍ ୧: ଆଣ୍ଡ୍ରଏଡ୍ ଫୋନରେ ବଟନ୍ ଦବାଇ “ହେ ଗୁଗୁଲ୍” କୁହନ୍ତୁ । ଏହା ଆପଣଙ୍କ ଫୋନରେ ଗୁଗୁଲ୍ ଆସିଷ୍ଟାଣ୍ଟକୁ ସକ୍ରିୟ କରିବ ।

ଷ୍ଟେପ୍ ୨: ତା’ପରେ ଗୁଗୁଲ୍ ଆସିଷ୍ଟାଣ୍ଟ ଆପଣଙ୍କୁ ପଚାରିବ କେଉଁ ଆପ୍ ମାଧ୍ୟମରେ ଆପଣ ମେସେଜ୍ ପଠାଇବାକୁ ଚାହୁଁଛନ୍ତି । ଏଠାରେ ଆପଣଙ୍କୁ ହ୍ୱାଟ୍ସ ଆପ୍ କହିବାକୁ ପଡିବ । ଆପ୍ ଚୟନ କରିବା ପରେ ଗୁଗୁଲ୍ ଆସିଷ୍ଟାଣ୍ଟ ଆପଣଙ୍କୁ ମେସେଜ୍ କହିବାକୁ କହିବ ।

ଷ୍ଟେପ୍ ୩: ମେସେଜ୍ କହିବା ପରେ ଗୁଗୁଲ୍ ଆସିଷ୍ଟାଣ୍ଟ ଏହାର ପୁନରାବୃତ୍ତି କରିବା ପାଇଁ କହିବ । ପୁନରାବୃତ୍ତି ପରେ ମେସେଜ ପଠାଇବା ପାଇଁ ଅନୁମତି ମାଗିବ । ଆପଣ ହଁ କହିବା ମାତ୍ରେ ମେସେଜ୍ ଚାଲିଯିବ ।

Get real time updates directly on you device, subscribe now.