fbpx

ଉଦଳାରେ ଆୟୋଜିତ ହେଲା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ସଭା ଏବଂ ଆଲୋଚନା ଚକ୍ର

ଉଦଳା: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ସଭା ଏବଂ ଆଲୋଚନା ଚକ୍ର ଆଜି ତା ୦୯.୧୦.୨୦୨୩ ରିଖ ସୋମବାର ଦିନ ଗୋପବନ୍ଧୁ ମେମୋରିଆଲ ସେବା ଟ୍ରଷ୍ଟ ପକ୍ଷରୁ ଉଦଳା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ସନ୍ଧାନ ଗୃହ ଠାରେ ଏହି ସଭାର ଆୟୋଜନ, ଆବାହିକା ତଥା ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ପ୍ରମିଳା ପଣ୍ଡାଙ୍କ ଦ୍ଵାରା କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ, ମାନ୍ୟବର ବିଧାୟକ, ଉଦଳା, ଭାସ୍କର ମଢ଼େଇ ଯୋଗଦେଇ ଥିବା ବେଳେ ବରିଷ୍ଠ ଆଇନଜୀବୀ ବସନ୍ତ କୁମାର ପରିଡ଼ା, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅବିନାଶ ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ନିଜ ଅଭିଭାଷଣରେ ବିଧାୟକ ମଢ଼େଇ ସେବା ଏବଂ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ରାଜ୍ୟର ଦୁଃଖ ହାରକ ବୋଲି କହିଥିଲେ।

ସେହିପରି, ସମ୍ମାନିତ ମୁଖ୍ୟ ବକ୍ତା ପ୍ରଫେସର ଡଃ ଦିଲ୍ଲୀପ ଦୀକ୍ଷିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀକୁ ରାଜ୍ୟବ୍ୟାପୀ ସାହିତ୍ୟ ଏବଂ ସେବାର ହିତ ପାଇଁ ନିୟୋଜିତ ହେବା ଦରକାର ବୋଲି କହିଥିଲେ। ସଭାର ପରିଚାଳନା ନଗରପାଳିକା ପଣ୍ଡା କରିଥିବା ବେଳେ, ଉଦଳର ବରିଷ୍ଠ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ସମସ୍ତ ଆମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଉଦଳା ଅଟୋ ଚାଳକ ସଂଘ ତରଫରୁ ରକ୍ତଦାତା ମାନଙ୍କ ପାଇଁ ପ୍ରମାଣ ପତ୍ର ଏବଂ ସମ୍ମାନ ରୂପକ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ପଣ୍ଡିତ ଲକ୍ଷ୍ମୀଧର ପ୍ରୁଥାଳ ଉତ୍କଳମଣି ଙ୍କ କାରା ସମୟ କଥା ଆଲୋଚନା କରିଥିବା ବେଳେ, ଅବସରପ୍ରାପ୍ତ ନୌବାଣିଜ୍ୟ ଅଧିକାରୀ, ରାଜାରାମ ବେହେରା ଉତ୍କଳମଣି ଙ୍କ ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ।

Get real time updates directly on you device, subscribe now.