ଉତ୍କର୍ଷ ଓଡ଼ିଶା ସମ୍ମିଳନୀ: ଓଡ଼ିଶାରେ ନୂଆ ପ୍ରୋଜେକ୍ଟ କରିବ ଆର୍ସେଲର ନିପନ ଷ୍ଟିଲ

ଭୁବନେଶ୍ୱର: ଓଡ଼ିଶାରେ ନୂଆ ପ୍ରୋଜେକ୍ଟ କରିବ ଆର୍ସେଲର ନିପନ ଷ୍ଟିଲ । ଏଥିପାଇଁ ସୁଦୂର ଜାପାନରୁ ଓଡ଼ିଶା ଆସିଥିଲେ ଆର୍ସେଲର ନିପନ ଷ୍ଟିଲର ପ୍ରତିନିଧି ।

ଏହି ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ହୋଇଛିା ଜଗତସିଂହପୁର ପ୍ରକଳ୍ପର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି ।

JSWର ଇଭି ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଛି ।

ପ୍ରଥମାର୍ଦ୍ଧରେ କେବଳ ୩୦ ଏମଓୟୁ ସ୍ୱାକ୍ଷରିତ ହେବ। ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା।

ସମ୍ମିଳନୀର ପ୍ରଥମ ଦିନରେ ରାଜ୍ୟ ସରକାର ବିଭିନ୍ନ କମ୍ପାନୀ ସହ ୫୪ ଏମଓୟୁ ସ୍ଵାକ୍ଷରିତ କରିଥିଲେ। ୪.୫ ଲକ୍ଷ କୋଟିର ନିବେଶ ପାଇଁ ଚୁକ୍ତି ହୋଇଛି।

ଦେଶ ଓ ବିଦେଶର ବଡ଼ ବଡ଼ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଗଢିତୋଳିବାକୁ ବଳ ଦେଇଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ।

ଓଡ଼ିଶାର ଶିଳ୍ପ ଅନୁକୂଳ ଥିବା ପ୍ରତି ଜିଲ୍ଲାରେ ଗଢିଉଠିବ ନୂଆ ନୂଆ ଶିଳ୍ପ । ଏଥିପାଇଁ ବିଭିନ୍ନ ପ୍ରକଳ୍ପରେ ଓଡ଼ିଶାରେ ୧ ଲକ୍ଷ କୋଟିର ନିବେଶ କରିବ ବେଦାନ୍ତ ଗ୍ରୁପ୍।

ସେହିପରି ପଶ୍ଚିମ ଓଡ଼ିଶାରେ ୫୦ ହଜାର କୋଟି ନିବେଶ କରି ବିର୍ଲା ଗ୍ରୁପ୍ କପର ବଏଲ ପ୍ଲାଣ୍ଟ କରିବ।

ଜେଏସପିଏଲ ୭୦ ହଜାର କୋଟିର ନିବେଶ ପାଇଁ ଏମଓୟୁ କରିଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ୫ ଲକ୍ଷ କୋଟି ଟଙ୍କାର ନିବେଶ ଆଶା ରଖିଛି ଓଡ଼ିଶା।