Breaking: ଆସୁଛନ୍ତି ମୋଦି, ଉତ୍କର୍ଷ ଓଡ଼ିଶା କନକ୍ଲେଭର କରିବେ ଉଦ୍ଘାଟନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ । ଜନତା ମଇଦାନରେ ୨ ଦିନ ଧରି ଚାଲିବ ଏହି ସମ୍ମିଳନୀ ।

ସମ୍ମିଳନୀର ଉଦ୍ଘାଟନୀ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନକ୍ଲେଭରେ ସାମିଲ ହେବେ ୧୬ ଦେଶର ୭୫୦୦ ପ୍ରତିନିଧି ହେବେ ସାମିଲ ।

୫ ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର ।

କନକ୍ଲେଭରେ ଯୋଗଦେବା ଲାଗି ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ସ୍ୱାଗତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ଲୁ ବୁକ୍ ଗାଇଡ୍ ଲାଇନ୍ ଅନୁସାରେ କଡଶ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ୍ ଫୋର୍ସ ।