fbpx

ବାଦାଉନ୍ ହତ୍ୟା ମାମଲା: ପୋଲିସ ଦ୍ୱାରା ଧରାପଡିଲା ୨ ଶିଶୁଙ୍କ ହତ୍ୟାକାରୀ, ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାଦାଉନରେ ଥିବା ବାବା କଲୋନୀରେ ଗତକାଲି (ମାର୍ଚ୍ଚ ୧୯) ମଙ୍ଗଳବାର ଦିନ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ଜଣେ ବ୍ୟକ୍ତି ଦୁଇ ପିଲାଙ୍କୁ ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା କରିଥିଲା ।

ଅବଶ୍ୟ ପରେ ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଅଭିଯୁକ୍ତ ହତ୍ୟାକାରୀର ମୃତ୍ୟୁ ଘଟିଛି । ପୋଲିସ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ପୋଲିସର କହବା ମୁତାବକ, ୧୧ ଏବଂ ୬ ବର୍ଷର ଦୁଇ ପିଲାଙ୍କୁ ଏକ ରୁମ ଛାତରେ ଖେଳୁଥିବାବେଳେ ହତ୍ୟା କରାଯାଇଥିଲା । ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, ପିଲାମାନଙ୍କୁ ହତ୍ୟା କରିବା ଅଭିଯୁକ୍ତ ପୂର୍ବରୁ ଅପେକ୍ଷା କରିଥିଲା ।

ବରେଲିର ଆଇଜି ରାକେଶ କୁମାରଙ୍କ ଉଦେ୍ଧଶ୍ୟରେ ଏଏନଆଇ କହିଛି ଯେ ଏହି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଛି । ସୂଚନା ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ଖସିଯିବାକୁ ଚେଷ୍ଟା କରିଥିଲା । ଆମେ ଅଭିଯୁକ୍ତଙ୍କୁ ଗୋଡ଼ାଇଥିଲୁ । ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା ଓ ପୋଲିସର ପଲଟା ଆକ୍ରମଣରେ ନିହତ ହୋଇଥିଲା । ଏହା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ କିଏ ଏବଂ ସେ ପିଲାମାନଙ୍କୁ କାହିଁକି ହତ୍ୟା କଲା?

ବାଦାଉନରେ ଡବଲ ମର୍ଡର ପରେ ଲୋକଙ୍କ ହଙ୍ଗାମା :-

ଆଇଜି ରାକେଶ କୁମାର ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଭିଯୁକ୍ତଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ । ପରବର୍ତ୍ତୀ ଅନୁସନ୍ଧାନ ପରେ ଆମେ ଏହା ବିଷୟରେ ସବିଶେଷ ତଥ୍ୟ ଦେବୁ । ଏହି ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସମ୍ପର୍କରେ ବାଦାଉନ୍ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ମନୋଜ କୁମାରଙ୍କୁ ପଚରାଯାଇଥିଲା । ଏହା ଉପରେ ସେ କହିଛନ୍ତି ଯେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହା ଏକ ଅନୁସନ୍ଧାନର ବିଷୟ, ଯାହା ପରେ ଜଣା ପଡିବ ।

ବାଦାଉନର ମାଣ୍ଡି କମିଟି ଆଉଟପୋଷ୍ଟ ନିକଟରେ ଅବସ୍ଥିତ ବାବା କଲୋନୀରେ ଡବଲ ହତ୍ୟା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଏ ବାବଦରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ହତ୍ୟା ଘଟଣା ପରେ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରି ହଙ୍ଗାମା କରିଥିଲେ ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ନିଆଁ ଲଗାଇବା ଆରମ୍ଭ କରିଥିଲେ । ଏନଡିଟିଭି ରିପୋର୍ଟ ଅନୁଯାୟୀ, ବାବା କଲୋନୀରେ ଘଟଣା ପରେ କ୍ରୋଧିତ ସ୍ଥାନୀୟ ଲୋକ ଏକ ଦୋକାନରେ ନିଆଁ ଲଗାଇ ଦେଇଥିଲେ । ତେବେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଥିବା ପୋଲିସ କହିଛି ।

Get real time updates directly on you device, subscribe now.