fbpx

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମଖ୍ୟମନ୍ତ୍ରୀ

Advertisement

ଡେରାଡୁନ୍,୯ ।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂ ରାୱତ ।
ଅପରାହ୍ନ ୪ଟା ପରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟାଙ୍କୁ ସେ ଆଜି ନିଜର ଇସ୍ତଫା ପତ୍ର ଦେଇଛନ୍ତି ।

ଇସ୍ତଫା ନେଇ ତ୍ରିବେନ୍ଦ୍ର ସିଂ ରାୱତ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହା ସହ ଗତ କିଛି ଦିନ ଧରି ଚାଲିଆସୁଥିବା ନେତୃତ୍ୱ ପରିବର୍ତ୍ତନର ସଙ୍କଟ ଏବେ ସମାପ୍ତ ହେବା ଦେଖିବାକୁ ମିଳୁଛି ।

ବିଧାନସଭା ନିର୍ବାଚନର ଏକ ବର୍ଷ ପୂର୍ବରୁ ଦେଖାଦେଇଥିବା ଏହି ସଙ୍କଟ ମଧ୍ୟରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଧନ ସିଂହ ରାୱତ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।

ଖବର ମିଳୁଛି କି, ବିଜେପି ନେତା ପୁଷ୍କର ସିଂହ ଧାମୀଙ୍କୁ ରାଜ୍ୟର ଡେପୁଟି ସିଏମର ଦାୟିତ୍ୱ ମିଳିପାରେ ।

Get real time updates directly on you device, subscribe now.