fbpx

ହଲ୍‌ଦ୍‌ୱାନୀ ଜବରଦଖଲ ଉଚ୍ଛେଦ ଉପରେ ସୁପ୍ରିମ୍‌ କୋର୍ଟର ଶୁଣାଣି, କହିଲେ ଗୋଟିଏ ରାତିରେ ୫୦ ହଜାର ଲୋକଙ୍କୁ ଉଚ୍ଛେଦ କରାଯାଇ ପାରିବ ନାହିଁ

Advertisement

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଉରାତାରାତି ୫୦ ହଜାର ଲୋକଙ୍କୁ ଉଚ୍ଛେଦ କରାଯାଇ ପାରିବ ନାହିଁ କହି ଉତ୍ତରାଖଣ୍ଡର ହଲ୍‌ଦ୍‌ୱାନୀ ଅଞ୍ଚଳରେ ଥିବା ରେଳବାଇ ଜମିରୁ ଜବରଦଖଲ ହଟାଇବା ଲାଗି ଉତ୍ତରାଖଣ୍ଡ ହାଇକୋର୍ଟ ସରକାରୀ କର୍ତ୍ତୃପକ୍ଷଙ୍କୁ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି। ଏହା ସହିତ କୋର୍ଟ ମଧ୍ୟ ଦୃଢ ମନ୍ତବ୍ୟ ଦେଇଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅତି କମରେ୫୦ ହଜାର ଲୋକ ପ୍ରଭାବିତ ହେଉଛନ୍ତି। ଗୁରୁବାର ଦିନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ଘଟଣାର ମାନବିକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ହଲ୍‌ଦ୍‌ୱାନୀଙ୍କ ବନବୁଲପୁରା ଅଞ୍ଚଳରେ ଥିବା ରେଳବାଇ ଜମିରୁ ଯେଉଁମାନଙ୍କୁ ବିତାଡିତ କରାଯିବ ସେମାନଙ୍କୁ ଦୃଷ୍ଟିରେ ରଖି ଏକ ସମାଧାନର ସନ୍ଧାନ କରାଯିବା ଆବଶ୍ୟକ।

ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କିଷନ୍‌ କୌଲ୍‌ ଓ ଅଭୟ ଏସ୍‌. ଓକାଙ୍କ ଖଣ୍ଡପୀଠ କହିଛନ୍ତି, କହିଛନ୍ତି ଯେ ଏହି ସମସ୍ୟାର ମାନବିକ ଦିଗ ଅଛି, ଏହା ସହିତ ଏମାନେ ମଧ୍ୟ ଜନ ସାଧାରଣ । ତେଣୁ ଏହା ପାଇଁ କିଛି କାମ କରିବାକୁ ପଡିବ। ସୂଚନାମୁତାବକ ହାଲଦୱାନୀରେ ୨୯ ଏକର ରେଳ ଜମିରୁ ହଟାଇବା ପାଇଁ ଉତ୍ତରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପିଟିସନ୍‌ର ଶୁଣାଣି ବେଳେ ଏହା କହିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଠାରେ ରହୁଥିବା ଲୋକମାନେ ସେମାନଙ୍କ ପିଟିସନରେ କହିଥିଲେ ଯେ ହାଇକୋର୍ଟ ଏହି ସତ୍ୟ ବିଷୟରେ ଅବଗତ ଥିଲେ ମଧ୍ୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ଏହି ପରିପ୍ରେକ୍ଷୀରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ବିଚାରାଧୀନ ଅଛି। ଏହା ପରେ ମଧ୍ୟ ଆଦେଶ ପାସ ହୋଇଛି।

ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ଆଦେଶ ଅନୁସାରେ, ଜାନୁଆରି ୧୦ରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ସେଠାରେ ପ୍ରବଳ ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ଫେବ୍ରୁଆରି ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମ୍‌ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।ଏବେ ସେଠାରେ କୌଣସି ନୂତନ ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ଆଦେଶ ଦିଆ ଯାଇଛି ।

Get real time updates directly on you device, subscribe now.