fbpx

ସ୍କୁଲ ବସ୍ ଓଲଟିବାରୁ ବଡ଼ ଦୁର୍ଘଟଣା: ୨ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର

ଡେରାଡୁନ୍: ଉତ୍ତରାଖଣ୍ଡର ସିତାରଗଞ୍ଜରେ ଏକ ସ୍କୁଲ ବସ୍ ଓଲଟିପଡ଼ିଛି । ଏହି ଦୁର୍ଘଟଣାରେ ଜଣେ ଶିକ୍ଷକ ଓ ଜଣେ ବିଦ୍ୟାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ସମୟରେ ବସରେ ୫୧ ଜଣ ଛାତ୍ରଛାତ୍ରୀଙ୍କ ସହ ୭ ଜଣ ସ୍କୁଲ ଷ୍ଟାଫ୍ ଥିଲେ । କେଉଁ କାରଣରୁ ବସଟି ଓଲଟି ପଡ଼ିଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲକୁ ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଦୁର୍ଘଟଣାକୁ ନେଇ ଏକ ଟ୍ୱିଟ୍ କରିଛନ୍ତି ଓ କହିଛନ୍ତି ଯେ, ‘ ସିତାରଗଞ୍ଜରେ ବେଦରମ ସ୍କୁଲ କିଚ୍ଛାର ବସ୍ ଦୁର୍ଘଟଣାଗ୍ରସ୍ତ ହେବାର ଦୁଃଖଦ ଖବର ମିଳିଛି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପ୍ରଶାସନ ଦ୍ୱାରା ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନିମେନ୍ତ ସ୍ଥାନୀୟ ମେଡିକାଲକୁ ପଠାଯାଇଛି ।’

Get real time updates directly on you device, subscribe now.