fbpx

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ୯୫୦ ଭ୍ୟାକେନ୍ସି ; ଏବେ କରନ୍ତୁ ଆବେଦନ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ଆବେଦନ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଆସିଷ୍ଟାଣ୍ଟର ୯୫୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଜଈଓ । ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ RBIର ଅଫିସିଆଲ ୱେବସାଇଟ RBI.ORG.IN ଉପଲବ୍ଧ ରହିଛି । ତେବେ ଆସନ୍ତା ଫେବୃୟାରୀ ୧୭ ତାରିଖରୁ ୮ ମାର୍ଚ୍ଚ ମଧ୍ୟରେ ଏଥିପାଇଁ ପ୍ରାର୍ଥୀ ମାନେ ଆବେଦନ କରି ପାରିବେ ।

 

ତେବେ ଜାରି ହୋଇଥିବା ବିଜ୍ଞପ୍ତିରେ ଏବେ ସ୍ୱଳ୍ପ ତଥ୍ୟ ଦିଆଯାଇଛି । ଯେଉଁଥିରେ ଶୈକ୍ଷିକ ଯୋଗ୍ୟତା ଉପରେ ଅଧିକ ତଥ୍ୟ ମିଳିନାହିଁ । କିନ୍ତୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ସହ ଏହି ସୂଚନା ମଧ୍ୟ ଉପଲବ୍ଧ ହୋଇଯିବ । ତେବେ ପୂର୍ବ ରେକର୍ଡ ଅନୁସାରେ କେବଳ ସ୍ନାତକୋତ୍ତରମାନେ ହିଁ ଆବେଦନ କରିପାରିବେ । ଏଥିସହ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ହୋଇଥିବା ଆବଶ୍ୟକ ବୋଲି ଆଶା କରାଯାଉଛି । ପଦବୀରେ ସ୍ଥାନ ପାଇବା ପାଇଁ ପ୍ରାର୍ଥୀ ମାନଙ୍କୁ ପ୍ରିଲିମ୍ସ ମେନ୍ସ୍ ପରୀକ୍ଷା ସହିତ LPT ପରୀକ୍ଷା ଦ୍ୱାରା ଚୟନ କରାଯିବ । ଏଥିପାଇଁ ୨୬-୨୭ ମାର୍ଚ୍ଚରେ ଆୟୋଜନ ହେବ ପ୍ରଥମ ପର୍ଯ୍ୟାୟରେ ଅନଲାଇନ ମୋଡରେ ହେବ ।

Get real time updates directly on you device, subscribe now.