fbpx

କରୋନାର ତୃତୀୟ ଲହର ଆସିବା ଥୟ: ତେଣୁ ତା’ ପୂର୍ବରୁ ଲୋକଙ୍କୁ ପର୍ଯ୍ୟାପ୍ତ ଟିକା ପ୍ରଦାନ ସହ ପୂର୍ବ ପ୍ରସ୍ତୁତି ଦରକାର

Advertisement

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ଲହରକୁ ଭଲଭାବରେ ସାମନା କରିସାରିଛି । ଦେଶରେ ପୂର୍ବାପେକ୍ଷା ସଂକ୍ରମଣ କିଛିମାତ୍ରାରେ ହ୍ରାସ ପାଇଛି । ତେବେ ଆଗାମୀ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ତୃତୀୟ ଲହର ଆସିବ । ତେଣୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଦରକାର । ପୂର୍ବ ଭଳି ଭୁଲ ନ ହେଉ ବୋଲି ଚେତାବନୀ ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭିକେ ସାରସ୍ୱତ ।

ସେ କହିଛନ୍ତି ଯେ, ତୃତୀୟ ଲହର ନିଶ୍ଚୟ ଆସିବ । ତେଣୁ ଏହା ପୂର୍ବରୁ ଅଧିକ ଲୋକଙ୍କୁ ଟିକା ଦେବା ଆବଶ୍ୟକ । ଫଳରେ ଲୋକମାନେ ମହାମାରୀର ମୁକାବିଲା ଭଲ ଭାବରେ କରିପାରିବେ । ଦେଶର ବୈଜ୍ଞାନିକ ମାନେ ଅକ୍ସିଜେନ ବ୍ୟାଙ୍କ ଗଠନ କରି ରୋଗୀଙ୍କୁ ବହୁତ ସହାୟତା କରିଛନ୍ତି । ଅକ୍ସିଜେନ ପରିବହନ ପାଇଁ ରେଳ, ବିମାନବନ୍ଦ ଓ ସେନାର ସହାୟତା ନିଆଯାଉଛି । ସମସ୍ତଙ୍କର ସହଯୋଗ ଫଳରେ ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.