fbpx

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ: ଡିଏମଇଟି

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): କେନ୍ଦ୍ର ସୂଚନା ଅନୁସାରେ ଆଗାମୀ ୧୦ ଦିନ ଭିତରେ ଓଡିଶାରେ ପହଞ୍ଚିବ ଟିକା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ଯେ, ‘ଟିକା ପହଞ୍ଚିବା କ୍ଷଣି ଦିନେ କି ୨ ଦିନ ମଧ୍ୟରେ ଟିକାକରଣ ହେବ । ସେଥିପାଇଁ ଆମେ ପ୍ରସ୍ତୁତ ରହିଛୁ । ଯେଉଁ ୨ ଟି ଟିକା ଆସିଛି ତାହାକୁ ୨ଟି ଡୋଜରେ ଦିଆଯିବ । ପ୍ରଥମ ଡୋଜର ୧୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ।’

ତେବେ ଟିକା ନେବା କାହା ପାଇଁ ବାଧ୍ୟତାମୂଳକ ନୁହେଁ । ଏନେଇ ସୂଚନା ଦେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, ‘ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ସେମାନେ ଟିକା ନେଇପାରିବେ । ଯେଉଁମାନେ ଚାହିଁବେନି ସେମାନଙ୍କୁ ଟିକା ଦିଆଯିବନାହିଁ । ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ, ପୂର୍ବରୁ ସରକାର ଏହା ଘୋଷଣା କରିଛନ୍ତିି ।’

Get real time updates directly on you device, subscribe now.