fbpx

ଔଷଧ ଦୋକାନୀଙ୍କର ହେବ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହରରେ କବଳିତ ହୋଇଛି ସାରା ରାଜ୍ୟ । ଅବଶ୍ୟ ଏବେ ସ୍ଥିତିରେ କିଛି ମାତ୍ରାରେ ସୁଧାର ପରିଲକ୍ଷିତ ହେଉଛି ତଥାପି ଟଳିନି ସଙ୍କଟ । ସେପଟେ ରାଜ୍ୟ ସରକାର ଟିକାକରଣକୁ ବ୍ୟାପକ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାର ଔଷଧ ଦୋକନୀଙ୍କର ଟିକାକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର । ପ୍ରାଥମିକତା ଭିତ୍ତିରେ ଔଷଧ ଦୋକାନୀ ଏବଂ କର୍ମଚାରୀଙ୍କର ଟିକାକରଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠିରେ ନିର୍ଦ୍ଦେଶ ରହିଛି । ଏହା ସହ ୪୫ରୁ ଅଧିକ ବର୍ଗଙ୍କୁ କେନ୍ଦ୍ର ଦେଇଥିବା ଟିକା ଏବଂ ୧୮ରୁ ୪୪ ବର୍ଷଙ୍କୁ ରାଜ୍ୟ ସରକାର ଦେଇଥିବା ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.