fbpx

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଦିଆଯିବ ଭ୍ୟାକ୍ସିନ୍: ସୁପ୍ରିମକୋର୍ଟରେ ମତ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଭ୍ୟାକ୍ସିନ୍ ଦିଆଯିବ । କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏନେଇ ମତ ରଖିଛନ୍ତି । ୨୦୨୧ ଶେଷ ସୁଦ୍ଧା ସମସ୍ତଙ୍କ ଲୋକଙ୍କୁ ଟିକାକରଣ କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ଟିକାକରଣ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ କୋ-ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ ନେଇ ପ୍ରଶ୍ନ କରିଥିଲେ । ଏହାଛଡ଼ା ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ କୋ-ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସୁପ୍ରିମକୋର୍ଟ କହିଥିବା ଜଣାପଡ଼ିଛି ।

ସମଗ୍ର ଦେଶରେ ବର୍ତ୍ତମାନ ଟିକାକରଣ ଜାରି ରହିଥିବା ବେଳେ ଅନେକ ରାଜ୍ୟରେ ଟିକାର ଅଭାବ ଦେଖାଦେଉଛି । ଏହବ୍ୟତୀତ କିଛି ରାଜ୍ୟରେ ଅକ୍ସିଜେନ ଅଭାବରୁ ମଧ୍ୟ ଅନେକ ରୋଗୀ ମୃତ୍ୟୁବରଣ କରୁଛନ୍ତି । ତେବେ କିଛିଦିନ ହେଲା ଦେଶରେ ଉଭୟ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଆଜି ଦେଶରେ ମୋଟ ୩୧୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଲକ୍ଷ ୫୨ ହଜାର ୭୩୪ ଜଣ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.