(Video) ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କଲେ ବୈଭବ ସୂର୍ଯ୍ୟବଂଶୀ, ଭିଡିଓ ଜାରି କରି କହିଲେ ଏହି ବଡ଼ କଥା

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ଧୋନୀଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଯେଉଁ କଥାକୁ ଆପଣ ଜାଣିନାହାନ୍ତି । ବୈଭବ ସୂର୍ଯ୍ୟବଂଶୀ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହାପରେ ବୈଭବ ଧୋନୀଙ୍କର ସବୁଠୁ ବଡ଼ ସତ ବିଷୟରେ କହିଛନ୍ତି ।

ରାଜସ୍ଥାନ ଏବଂ ଚେନ୍ନାଇ ମଧ୍ୟରେ ମ୍ୟାଚ ଶେଷ ହେବା ପରେ ଯେତେବେଳେ ଦୁଇ ଟିମ୍‌ର ଖେଳାଳି ଦୁହେଁ ଦୁହିଁଙ୍କ ସହ ହାତ ମିଳାଉଥିଲେ, ସେହି ସମୟରେ ବୈଭବ ସୂର୍ଯ୍ୟବଂଶୀ ଧୋନୀଙ୍କ ସହ ତାହା କରିନାହାନ୍ତି, ଯାହା ଅନ୍ୟ ଖେଳାଳିମାନେ କରିଛନ୍ତି ।

ସେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି । ଏହି ଭିଡିଓ କ୍ଲିପଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ପାଦ ଛୁଇଁ ପ୍ରଣାମ କରିବାର ଭିଡିଓ ପରେ ବୈଭବ ସୂର୍ଯବଂଶୀ ଏକ ୩୦ ସେକେଣ୍ଟର ଭିଡିଓରେ ଧୋନୀଙ୍କ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ଧୋନୀ ଆମ ବିହାରର ଗର୍ବ, ଏହି କାରଣରୁ ତାଙ୍କର ପ୍ରଭାବ ଆମ ଉପରେ ପଡିଛି ।

ସେ କେବଳ ମୋ ପାଇଁ ନୁହେଁ, ସାରା ଦେଶ ପାଇଁ ଆଦର୍ଶ । ସେ ଦେଶ ପାଇଁ ଯାହା କରିଛନ୍ତି, ତାହା ଆଉ କେହି କାରିନାହାନ୍ତି । ସେ ଜଣେ ଲିଜେଣ୍ଡ, ମୁଁ ଅଧିକ କିଛି କହିବାକୁ ଚାହୁଁନି ।