fbpx

ଆରମ୍ଭ ହେଲା ପ୍ରେମର ସପ୍ତାହ: ଏହି ସାଇଟରେ ମିଳିବ ଶସ୍ତା ବା ମାଗଣା ଗିଫ୍ଟ, ଖୁସି ହେଇଯିବେ ପାର୍ଟନର

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ୱିକ ବା ପ୍ରେମର ସପ୍ତାହ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ସପ୍ତାହଟି ବେଶ ମହତ୍ତ୍ୱ ରଖିଥାଏ । ୭ ଫେବୃୟାରୀରୁ ରୋଜ ଡେରୁ ଆରମ୍ଭ ହେଉଥିବା ବେଳେ ୧୪ ଫେବୃୟାରୀରେ ଭାଲେଣ୍ଟାଇନ ଡେରେ ଏହା ଶେଷ ହୋଇଥାଏ । ଏହି ୭ ଦିନ ମଧ୍ୟରେ ପ୍ରେମିକ-ପ୍ରେମିକା ପରସ୍ପରକୁ ଗିଫ୍ଟ ଦେଇଥାନ୍ତି । ତେବେ ଗିଫ୍ଟ ଦେଉଥିଲେ କିଭଳି ଶସ୍ତା ଓ ଭଲ ଗିଫ୍ଟ ମିଳିପାରିବ ତାହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ରହିଥାଏ । ତେବେ ଏମିତି ୩ଟି ଆପ ସମ୍ପର୍କରେ ଆଲୋଚନା କରିବା ଯେଉଁଥିରୁ ଆପଣ ଶସ୍ତା ବା ମାଗଣା ଗିଫ୍ଟ ପାଇବା ସହିତ ନିଜ ପାର୍ଟନରଙ୍କୁ ଖୁସି କରି ପାରିବେ ।

ଆମାଜନ୍: ଆମାଜନ ପକ୍ଷରୁ ଭାଲେଣ୍ଟାଇନ ଡେ ପାଇଁ ସ୍ୱତନ୍ତ୍ର ଅଫର ଦିଆଯାଇଛି । ୟୋର ୱାନ ଷ୍ଟପ ଭାଲେଣ୍ଟାଇନସ ସପ୍ ନାମକ ଏକ ଯୋଜନା ଆଣିଛି ଆମାଜନ୍ । ଏଥିରେ ଫୁଲ ତୋଡା ମାତ୍ର ୨୮୦ ଟଙ୍କାରେ ମିଳୁଛି । ଏହା ଆପଣଙ୍କ ଠିକଣାରେ ଅଥବା ଆପଣଙ୍କ ପାର୍ଟନରଙ୍କ ଠିକଣାରେ ପହଞ୍ଚି ପାରିବ । ଏହା ସହିତ ଯଦି ଆମାଜନ ପେ କିମ୍ବା ଆଇଆଇସିଆଇ କ୍ରେଡିଟ କାର୍ଡ ବ୍ୟବହାର କରାଯାଏ ତାହେଲେ ୫ ପ୍ରତିଶତର ଅତିରିକ୍ତ ଡିସକାଉଣ୍ଟ ମିଳୁଛି । ଏହା ସହିତ ବୁଲି ଯିବାର ପ୍ଲାନ ଥିଲେ ଚସମଳଚ୍ଚକ୍ଟଙ୍କକ୍ସଗ୍ଧକ୍ସବସକ୍ଷ.ମକ୍ଟଜ୍ଞ ରେ ବୁକିଂ କରି ପାରିବେ । ଆଇଆଇସିଆଇ କ୍ରେଡିଟ କାର୍ଡ ବ୍ୟବହାର କଲେ ୧୫ ପ୍ରତିଶତର ଡିସକାଉଣ୍ଟ ମିଳୁଛି ।

କ୍ରେଡ୍: ଫିନଟେକ୍ ପ୍ଲାଟଫର୍ମ କ୍ରେଡ ପକ୍ଷରୁ କ୍ରେଡିଟ କାର୍ଡ ବ୍ୟବହାର ଉପରେ କ୍ୟାଶବ୍ୟାକ ମିଳିଥାଏ । ତେବେ ଭାଲେଣ୍ଟାଇନ ଡେ ପାଇଁ କ୍ରେଡ ପକ୍ଷରୁ ଏକ ସ୍ୱତନ୍ତ୍ର ଅଫର ଅଣାଯାଇଛି । ଏହି ଅଫର ଜରିଆରେ ଯଦି ଆପଣ ୫୦ ହଜାର ଟଙ୍କାର ଶପିଂ କରୁଛନ୍ତି ତାହେଲେ ଆପଣଙ୍କୁ ୫୦ ହଜାର କ୍ରେଡ କଏନ ମିଳିବ । ଏହି କଏନକୁ ରିଡିମ୍ କରି ଆପଣ ଶପିଂରେ ବ୍ୟବହାର କରିପାରିବେ ।

ଫ୍ଲିପକାର୍ଟ: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ମଧ୍ୟ ଏହାର ଭାଲେଣ୍ଟାଇନ ଅଫର ପ୍ରଦାନ କରୁଛି । ‘ଞଷର ଖକ୍ଟଙ୍ଖର ଝଷକ୍ଟକ୍ଟ୍ର ଠବକ୍ଷରଦ୍ଭଗ୍ଧସଦ୍ଭର’ଗ୍ଦ ଅଫର ଜରିଆରେ ଡିସକାଉଣ୍ଟ ଦେଉଛି ଫ୍ଲିପକାର୍ଟ । ଗୋଲାପ ଫୁଲ, ଚକୋଲେଟ୍, ଘର ସଜ୍ଜା ଉପକରଣ ଉପରେ ବଡ ଡିସକାଉଣ୍ଟ ମିଳୁଛି । ଏହା ସହିତ ସର୍ବନିମ୍ନ ୯୯ ଟଙ୍କାରୁ ଗିଫ୍ଟ ମିଳୁଥିବା ଜଣାପଡିଛି ।

Get real time updates directly on you device, subscribe now.