fbpx

ପୋଲିସର ଅଜବ କାରନାମା: ଡକାୟତି, ଦେହ ବେପାର, ଯୌନ ଶୋଷଣ ପରି ଭୟାନକ ଅପରାଧରେ ସଂପୃକ୍ତ

ବାରଣାସୀ: ଜନତାଙ୍କ ଜୀବନ ଓ ସଂପତ୍ତିର ସୁରକ୍ଷା କରିବା ପୋଲିସର କାମ କିନ୍ତୁ ପୋଲିସ ରକ୍ଷାକାରୀ ହୋଇ ଯଦି ଭକ୍ଷକ ସାଜେ । ଏହିପରି ଭୟାନକ ଚିତ୍ର ଆସିଛି ବାରଣାସୀରୁ । ଏବେ ବାରଣାସୀ କମିଶନରେଟ୍ ପୋଲିସ କର୍ମୀଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ଗତ ମାସରେ ଭେଲପୁର ଥାନାର ୭ ପୋଲିସ କର୍ମୀଙ୍କ ଦ୍ୱାରା ଡକାୟତି, ସାରନାଥ ଥାନାର କନଷ୍ଟେବଲ ଦ୍ୱାରା ଦେହ ବେପାର, ଆଉ ଏବେ ସିଗରା ଥାନା ନଗର ନିଗମ ଚୌକି ଇନଚାର୍ଜଙ୍କ ଦ୍ୱାରା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ ମାମଲା ସାମ୍ନାକୁ ଆସିବା ପରେ ସବୁଠି ଚହଳ ଖେଳି ଯାଇଛି । ଏହି ମାମଲାର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ପୀଡିତା ଯୁବତୀ ଜିଲ୍ଲାଧିକାରୀ ଆଇଜିଆରଏସ୍ ପୋର୍ଟାଲରେ ନ୍ୟାୟ ପାଇଁ ଗୁହାରୀ କରିଥିଲେ । ଏହାପରେ ଉଚ୍ଚଅଧିକାରୀ ମାମଲାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଥିଲେ ।

ବାରଣାସୀ ଔରଙ୍ଗାବାଦ କ୍ଷେତ୍ରରେ ରହୁଥିବା ଜଣେ ଯୁବତୀ ସିଗରା ଥାନା କ୍ଷେତ୍ର ନଗର ନିଗମ ଇନଚାର୍ଜ ପ୍ରକାଶ ସିଂହଙ୍କ ଉପରେ ଶାରୀରିକ ଶୋଷଣର ଅଭିଯୋଗ ଲଗାଇଛନ୍ତି । ପୀଡିତା ଯୁବତୀ ଲେଖିଛନ୍ତି ୨୦୧୯ରୁ ତାଙ୍କର ପ୍ରକାଶ ସିଂହଙ୍କ ସହ ସଂପର୍କ ଥିଲା । ପ୍ରକାଶ ସିଂହଙ୍କ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଭିନ୍ନ ଭିନ୍ନ ସ୍ଥାନକୁ ନେଇ ଶାରୀରିକ ସଂପର୍କ ରଖୁଥିଲେ ବୋଲି ସେ ଅଭିିଯୋଗରେ ଉଲ୍ଲେଖ କରିଛନ୍ତି । ଯେତେବେଳେ ଯୁବତୀ ଜଣକ ଜାଣିଲେ ଯେ, ପ୍ରକାଶ ସିଂହ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିବାକୁ ଯାଉଛନ୍ତି ସେତେବେଳେ ସେ ଏହାର ବିରୋଧ କରିଥିଲେ । କିନ୍ତୁ ପ୍ରକାଶ ସିଂହଙ୍କ ପୋଲିସର ଭୟ ଦେଖାଇ ତାଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ମାଙ୍କୁ ମାରପିଟ୍ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହାପରେ ଯୁବତୀ ଘଟଣା ବିଷୟରେ ଆଇଜିଆରଏସରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି ।

Get real time updates directly on you device, subscribe now.