ଆପଣଙ୍କ ହାତରୁ ପଡି କାଚ ଭାଙ୍ଗୁଛି କି? ଦିଏ ଏହି ସଙ୍କେତ…

ଭଙ୍ଗା କାଚକୁ କାହିଁକି ଅଶୁଭ ବୋଲି ମାନାଯାଏ ? ଏହା ଆମ ଜୀବନ ଉପରେ କଣ ପ୍ରଭାବ ପକାଇଥାଏ । ଚାଲନ୍ତୁ ଜାଣିବା...

ଓଡିଶା ଭାସ୍କର: ଘରେ ଭଙ୍ଗା କାଚ ରହିବା ଅଶୁଭ ବୋଲି ମାନାଯାଏ । ଏହା ଜୀବନରେ ଅନେକ ନାକାରାତ୍ମକ ଶକ୍ତି, ଦୁର୍ଭାଗ୍ୟ ଏବଂ ଅନେକ ଭାଧା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କାଚ ଭାଙ୍ଗିବା, କ’ଣ ସଙ୍କେତ ଦିଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଭଙ୍ଗା କାଚ ଘରେ ନାକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ। ଏହା ମାନସିକ ଚାପ, ଅଶାନ୍ତି ଏବଂ ପାରିବାରିକ କଳହକୁ ବୃଦ୍ଧି କରେ। କାଚ ହେଉଛି ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ। ଘରେ ଭଙ୍ଗା କାଚ ରଖିବା, ତାଙ୍କ ପାଇଁ ଅପମାନଜନକ ବୋଲି କୁହାଯାଏ । ଯାହା ଆର୍ଥିକ କ୍ଷତି ଏବଂ ଦାରିଦ୍ର୍ୟର ଭୟ ସୃଷ୍ଟି କରେ।

ଭଙ୍ଗା କାଚ ବିଶୃଙ୍ଖଳା ଏବଂ ଅସନ୍ତୁଳନକୁ ସୂଚିତ କରେ। ଏହା ମନକୁ ମଧ୍ୟ ପ୍ରଭାବିତ କରେ, ଯାହା ଚିନ୍ତା, କ୍ରୋଧ ଏବଂ ଚିଡିଚିଡାପଣକୁ ବୃଦ୍ଧି କରେ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଭଙ୍ଗା କାଚ ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ଖରାପ କରିବା ସହ ଦୂରତା ମଧ୍ୟ ଆଣିଥାଏ। ଏହା ପ୍ରେମ ସମ୍ପର୍କକୁ ବି ପ୍ରଭାବିତ କରିଥାଏ ।

ଭଙ୍ଗା କାଚ ଘରେ ଶୁଭ କାର୍ଯ୍ୟ ଏବଂ ସକାରାତ୍ମକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରେ।

ଯଦି ଘରେ ଦର୍ପଣ ଭାଙ୍ଗିଯାଏ, ତେବେ ଏହାକୁ ଅତି ଅଶୁଭ ସଙ୍କେତ ବୋଲି ମାନାଯାଏ । ଏହା ଦୁର୍ଭାଗ୍ୟ, ଆତ୍ମବିଶ୍ୱାସର ଅଭାବ ଏବଂ ଆତ୍ମ-ପ୍ରତିଛବି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଘରେ ଯଦି କିଛି କାଚ ଭଙ୍ଗି ଯାଉଛି ତେବେ ତାକୁ ତୁରନ୍ତ ବାହାରକୁ ଫୋପାଡ଼ି ଦିଅନ୍ତୁ ।