Vastu Tips: ଶୋଇବା ସମୟରେ ପାଖରେ ରଖନ୍ତୁ ନାହିଁ ପାଣି, ଔଷଧ…ଜୀବନରେ ଦେଖାଦେଇଥାଏ ଏହି ସମସ୍ୟା

ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ବ୍ୟକ୍ତିର ଜୀବନ ଉପରେ ଅନେକ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ବାସ୍ତୁ ନିୟମର ପାଳନ କରବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧି, ଶାନ୍ତିି ଓ ସଫଳତା ମିଳିଥାଏ । ସେହିପରି ନିୟମ ବିରୋଧରେ ଗଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ଜିନିଷ ପାଇଁ ନିର୍ଦ୍ଦିଷ୍ଟ ଦିଗ ରହିଛି । ଭୁଲ ଦିଗରେ ଜିନିଷ ରଖିଲେ ଏହାର ନକାରାତ୍ମକ ଉର୍ଜ୍ଜା ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଆଧିକାଂଶ ବ୍ୟକ୍ତି ରାତିରେ ଶୋଇବା ସମୟରେ ଏପରି କିଛି ଭୁଲ କରିଥାନ୍ତି ଯଦ୍ୱାରା ତାଙ୍କ ଜୀବନରେ କେବେ ଉନ୍ନତି ମିଳିନଥାଏ । ବାସ୍ତୁଶାସ୍ତ୍ରରେ ଶୋଇବା ସମୟରେ କିଛି ନିୟମ ରହିଛି ଯାହା ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇପାରେ ।

୧. ରାତିରେ ଶୋଇବା ସମୟରେ ପାଖାପାଖି କୌଣସି ତେଲ ରଖନ୍ତୁ ନାହିଁ । ଏପରି କଲେ ଜୀବନରେ କେବେ ପ୍ରଗତି ହୋଇନଥାଏ ।

୨. ବିଛଣା କିମ୍ବା ଏହାର ଆଖପାଖରେ କୌଣସି ଔଷଧ ରଖନ୍ତୁ ନାହିଁ । ଏହା ଦ୍ୱାରା ସବୁବେଳେ ଘର ସଦସ୍ୟ ରୋଗାଗ୍ରସ୍ତ ରହିଥାନ୍ତି ।

୩. ଶୋଇବା ସମୟରେ କେବେ ପାଖରେ ପର୍ସ କିମ୍ବା ୱାଲେଟ୍ ରଖନ୍ତୁ ନାହିଁ । ଏହା ଦ୍ୱାରା ଦରିଦ୍ରତା ଦେଖାଦେଇଥାଏ । ଏପରି କଲେ ବ୍ୟକ୍ତିକୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ ।

୪. ଅଧିକାଂଶ ବ୍ୟକ୍ତି ରାତିରେ ପାଖରେ ପାଣି ବୋତଲ କିମ୍ବା ଗ୍ଲାସ ରଖିଥାନ୍ତି । ଏହା ଦ୍ୱାରା ବ୍ୟକ୍ତିଙ୍କୁ ସବୁବେଳେ ନକାରାତ୍ମକ ଶକ୍ତି ହଇରାଣ କରିଥାନ୍ତି । ଏହା ବ୍ୟକ୍ତିର ଏକାଗ୍ରତା ଭଙ୍ଗ କରିବା ସହ ବ୍ୟକ୍ତିକୁ ସବୁବେଳେ ମାନସିକ ଚାପରେ ଘେରି ରଖିଥାଏ ।

୫. ଶୋଇବା ସ୍ଥାନ ପାଖରେ କେବେ ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ । ଏହା ଦ୍ୱାରା ନକାରାତ୍ମକ ଉର୍ଜ୍ଜାର ସଂଚାର ହୋଇଥାଏ । ଫଳରେ ବ୍ୟକ୍ତିକୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

୬. ଶୋଇବା ସମୟରେ ପାଖରେ ଫୋନ୍, ଲାପଟପ୍, ଘଡ଼ି ରଖିବା ଠାରୁ ଦୂରେଇ ରୁହନ୍ତୁ । ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଜୀବନରେ ନକାରତ୍ମକତା ବୃଦ୍ଧି ହେବା ସହ ଧନ ହାନୀ ହୋଇଥାଏ ।