ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି ତେବେ ନିମ୍ନୋକ୍ତ କିଛି ଉପାୟ ଆପଣଙ୍କ ଜୀବନକୁ ବଦଳାଇ ଦେବ । ଆପଣ ଯେତେ ରୋଜଗାର କଲେ ବି ଯଦି ଆପଣଙ୍କ ଘରେ ସର୍ବଦା ଅଭାବ ଲାଗି ରହୁଛି ତେବେ ଶୁକ୍ରବାର ଏହି ବାସ୍ତୁ ଉପାୟ ଆପଣାନ୍ତୁ ।
ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ପୂଜା ଉପାସନା କରନ୍ତୁ । ଧନଦେବୀଙ୍କୁ ଲାଲ ରଙ୍ଗ ବହୁତ ପ୍ରିୟ ହୋଇଥାଏ । ଏଣୁ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଗୋଲାପ ଫୁଲର ମାଳା ଅର୍ପଣ କରନ୍ତୁ । ସେହିପରି ଘରେ ମହିଳାମାନେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପଦ୍ମଫୁଲ ଓ ଧଳା ମିଠା ଅର୍ପଣ କରନ୍ତୁ ।
ଶୁକ୍ରବାର ଦିନ ପୁରା ଘରକୁ ଭଲଭାବେ ସଫାସୁତରା ରଖନ୍ତୁ । ଶୁକ୍ରବାର ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରରେ ଏକ ଦୀପ ନିଶ୍ଚୟ ଜଳାନ୍ତୁ । ସପ୍ତାହରେ ମାତ୍ର ଗୋଟିଏ ଦିନ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଲାଗି ଏହିସବୁ କାର୍ଯ୍ୟ କଲେ ଆପଣଙ୍କ ଆର୍ଥିକ ସଂକଟ ଦୂର ହୋଇଯିବ ।