fbpx

ଆପଣଙ୍କୁ କାଙ୍ଗାଳ କରିଦେବ ଏହି ଅଭ୍ୟାସ: ଜୀବନ ନଷ୍ଟ ହେବା ପୂର୍ବରୁ ସୁଧାରି ନିଅନ୍ତୁ

ଜଣେ ବ୍ୟକ୍ତି କିପରି ବଞ୍ଚିବ, ତାହା ତାର କଠିନ ପରିଶ୍ରମ ଓ ଭାଗ୍ୟ ଉପରେ ନିର୍ଭର କରିଥାଏ । କିନ୍ତୁ ବ୍ୟକ୍ତିର ସ୍ୱଭାବ, ବ୍ୟବହାର ଓ ଅଭ୍ୟାସ ମଧ୍ୟ ଏଥରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯଦି ସ୍ୱଭାବ ଓ ଅଭ୍ୟାସ ଠିକ୍ ନରୁହେ, ତେବେ ଆଖପାଖ ଲୋକଙ୍କ ସମେତ ଭଗବାନ ମଧ୍ୟ ତାକୁ ପସନ୍ଦ କରିନ୍ତିନି । ଦେବା-ଦେବୀଙ୍କ କୃପା ପାଇବା ପାଇଁ ବ୍ୟକ୍ତିିଙ୍କୁ କିଛି ଅଭ୍ୟାସଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ କାଙ୍ଗାଳ ଓ ବର୍ବାଦ ହେବାକୁ ସମୟ ଲାଗିବ ନାହିଁ । ତେବେ ଆସନ୍ତୁ ଜାଣିବା କିଛି ଅଭ୍ୟାସ ବିଷୟରେ, ଯେଉଁଥିରୁ ସବୁବେଳେ ଦୂରେଇ ରହିବା ଉଚିତ୍ ।

ଜଣେ ବ୍ୟକ୍ତିର ଅଭ୍ୟାସ କେବଳ ତାଙ୍କ ଜୀବନ, ସଫଳତା-ବିଫଳତା, ସମ୍ପର୍କ, ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବା ସହିତ ତାଙ୍କ ରାଶିଫଳର ଗ୍ରହମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ । ଏପରି ପରିସ୍ଥିତିରେ ଖରାପ ଅଭ୍ୟାସଗୁଡ଼ିକ ଆପଣଙ୍କ ଜୀବନରେ ସମସ୍ୟାକୁ ଆମନ୍ତ୍ରଣ କରିଥାଏ ।

ନଖ କାମୁଡ଼ିବା:
ନଖ କାମୁଡ଼ିବା ଆତ୍ମବିଶ୍ୱାସ କମ୍ ହେବାର ସଙ୍କେତ । ଏହି ଖରାପ ଅଭ୍ୟାସ ଅନେକ ରୋଗ ସୃଷ୍ଟି କରିବାର ବି କାରଣ ପାଲଟିଥାଏ । ଅନ୍ୟପଟେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଖ ଚୋବାଇବାର ଅଭ୍ୟାସକୁ କାଙ୍ଗାଳ ଓ ବର୍ବାଦର କାରଣ ଭାବେ କୁହାଯାଇଛି । ଏହି ଅଭ୍ୟାସ ଯୋଗୁଁ ରାଶିଫଳର ଗ୍ରହମାନେ ଖରାପ ପ୍ରଭାବ ଦେବା ଆରମ୍ଭ କରନ୍ତି । ତେଣୁ ଏପରି କରୁଥିଲେ ଆଜିଠାରୁ ସୁଧୁରି ଯାଆନ୍ତି ।

ଅଇଁଠା ବାସନକୁ ରାତିସାରା ରଖିବା:
ରାତିରେ ଖାଦ୍ୟ ଖାଇବା ପରେ ଅଇଁଠା ବାସନକୁ ରାତିସାରା ସେହିପରି ଅବସ୍ଥାରେ ଛାଡ଼ିଦେବା ଅଭ୍ୟାସ ବ୍ୟକ୍ତିକୁ ଜୀବନରେ ବିଫଳ କରିଥାଏ । ସବୁବେଳେ ରାତିରେ ଅଇଁଠା ବାସନକୁ ସଫା କରିବା ଉଚିତ୍ । ଯଦି ଏପରି ନକରିପାର, ତେବେ ଏହାକୁ ରୋଷେଇ ଘରେ ଛାଡିବାର ଭୁଲ କରନ୍ତୁ ନାହିଁ । ଏପରି ଭୁଲ ଯେକୌଣସି ଧନୀ ଲୋକକୁ ବି ଗରିବ କରିପାରେ ।

ଚପଲକୁ ଏପଟ ସେପଟ କରି ରଖିବା:
ଯେଉଁ ଲୋକମାନେ ନିଜ ଚପଲକୁ ଠିକ୍ ଭାବରେ ରଖନ୍ତି ନାହିଁ, ସେମାନେ କାମରେ ବାରମ୍ବାର ଉତଥାନ-ପତନ ହୋଇଥାଏ । ଖାସ କରି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଜୋତା ଓ ଚପଲ କେବେ ବି ରଖନ୍ତୁ ନାହିଁ । ମାତା ଲକ୍ଷ୍ମୀ ଏପରି ସ୍ଥାନରେ କେବେ ବି ରୁହନ୍ତି ନାହିଁ ।

ଗୋଡ ହଲାଇବା:
ଜ୍ୟୋତିଷ ଶାସ୍ତ୍ରରେ, ବସିବା ସମୟରେ ଗୋଡ ହଲାଇବା ଅଭ୍ୟାସ ଅତ୍ୟନ୍ତ ଅଶୁଭ । ଏପରି ପରିସ୍ଥିତି ଜଣେ ବ୍ୟକ୍ତି ମାନସିକ ସ୍ତରରେ ଦୁର୍ବଳ ହେବାର ସଙ୍କେତକୁ ସୂଚାଏ । ଏହା ରାଶିଫଳରେ ଚନ୍ଦ୍ରକୁ ଦୁର୍ବଳ କରି ଡିପ୍ରେସନର ଶିକାର କରିଥାଏ ।

ପଶୁ ଏବଂ ପକ୍ଷୀମାନଙ୍କୁ ଖାଦ୍ୟ ନଦେଲେ:
ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଦ୍ୱାରା ପୂଣ୍ୟ ମିଳିଥାଏ । ଏହି କାରଣରୁ ରାଶିଫଳର ଉଦ୍ଦିଷ୍ଟ ଗ୍ରହମାନେ ମଧ୍ୟ ଶୁଭ ଫଳାଫଳ ଦେବା ଆରମ୍ଭ କରନ୍ତି । ବିଶେଷକରି ଏହା ବୁଧ ଗ୍ରହକୁ ମଜବୁତ କରେ ଏବଂ କ୍ୟାରିୟରର ସମସ୍ତ ବାଧା ଦୂର କରେ ।

Get real time updates directly on you device, subscribe now.