ଓଡ଼ିଶା ଭାସ୍କର: ଘରର ସାଜସଜ୍ଜା ସମସ୍ତଙ୍କୁ ଆକର୍ଷିତ କରିଥାଏ । ବିଶେଷକରି ପରଦା ଘରର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ । ବାସ୍ତୁଶାସ୍ତ୍ରରେ ଦିଗ ଅନୁଯାୟୀ ପରଦାର ରଂଗର ଚୟନ କରିବା ନେଇ ଉଲ୍ଲେଖ ରହିଛି । ଏହା ଦ୍ୱାରା ଘରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ ହୋଇଥାଏ । କିନ୍ତୁ ଅନେକ ସମୟରେ ଲୋକମାନେ ବିନା ଭାବିଚିନ୍ତି ଘରେ ପରଦା ଲଗାଇଥାନ୍ତି ଯାହା ବାସ୍ତୁ ଦୋଷର କାରଣ ପାଲଟିଥାଏ । ଏହା ଦ୍ୱାରା ଘରେ ନକାରାତ୍ମକ ଉର୍ଜ୍ଜାର ସଂଚାର ହୋଇଥାଏ । ଘରର ବିଭିନ୍ନ କକ୍ଷ ପାଇଁ ନିର୍ଦ୍ଦିଷ୍ଟ ରଂଗର ପରଦା ଲଗାଇବା ଉଚିତ । ଏହା ଘରର ସୁଖ ସମୃଦ୍ଧି ଓ ଶାନ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରେ କେଉଁ ରଂଗର ପରଦା ଲଗାଇବା ଶୁଭ ହୋଇଥାଏ ।
୧. ନାଲି ରଂଗ: ଘରର ଦକ୍ଷିଣ ଦିଗରେ ଥିବା କକ୍ଷରେ ନାଲି ରଂଗର ପରଦା ଲଗାନ୍ତୁ । ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଏବଂ ଝଗଡ଼ାକୁ ଦୂର କରି ଆପେସ ଭଲପାଇବା ଏବଂ ଶାନ୍ତି ବୃଦ୍ଧି କରିଥାଏ । କିନ୍ତୁ ବେଡରୁମରେ ନାଲି ରଂଗର ପରଦା ଲଗାଇବା ଠାରୁ ଦୂରେଇ ରୁହନ୍ତୁ ।
୨. ଗୋଲାପି ରଂଗ: ବେଡରୁମରେ ଗୋଲାପି ରଂଗର ପରଦା ଲଗାନ୍ତୁ । ଏହା ଦମ୍ପତ୍ତିଙ୍କ ବୈବାହିକ ଜୀବନରେ ମଧୁରତା ଆଣିଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ବି ସୁଖ- ଶାନ୍ତି ବଜାୟ ରହିଥାଏ ।
୩. ଧଳା ରଂଗ: ଜୀବନରେ ଆର୍ଥିକ ସଂକଟ ଦେଖାଦେଉଥିଲେ ଘରର ପଶ୍ଚିମ ଦିଗରେ ଥିବା କବାଟ କିମ୍ବା ଝରକାରେ ଧଳା ରଂଗର ପରଦା ଲଗାନ୍ତୁ । ଏହା ବ୍ୟତୀତ କ୍ରିମ୍ ରଂଗର ପରଦା ମଧ୍ୟ ବ୍ୟବହାର କରିପାରିବେ । ଏପରି କଲେ ଆପଣଙ୍କୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
୪. ସବୁଜ ରଂଗ: ସବୁଜ ରଂଗ ସୁଖ ଏବଂ ପ୍ରକୃତିର ପ୍ରତୀକ ଅଟେ । ତେଣୁ ଜୀବନରେ ସୁଖ ଚାହୁଁଥିଲେ ପୂର୍ବ ଦିଗରେ ଥିବା କବାଟ ଏବଂ ଝରକାରେ ସବୁଜ ରଂଗର ପରଦା ଉତ୍ତମ ବିକଳ୍ପ ।
୫. ହଳଦିଆ ରଂଗ: ହଳଦିଆ ରଂଗ ଶୁଭ ଅଟେ । ବିଶେଷ କରି ପୂଜା ସ୍ଥାନରେ ହଳଦିଆ ପରଦା ଲଗାନ୍ତୁ । ଏହା ଦ୍ୱାରା ଧାର୍ମିକ ଆସ୍ଥା ବୃଦ୍ଧି ହେବା ସହ ଷ୍ଟ୍ରେସ୍ ବି ଦୂରେଇଥାଏ ।
ସେହିପରି ଅଗ୍ନି କୋଣରେ ସବୁବେଳେ ନାଲି, ମେରୁନ୍ କମଳା ଭଳି ଗାମ ରଂଗର ପରଦା ଲଗାଇବା ଉଚିତ । ବାୟୁ କୋଣରେ ହାଲୁକା ନୀଳ, ବାଇଗିଣି ରଂଗ ଶୁଭ । ପୂର୍ବ ଦିଗରେ ହାଲୁକା ସବୁଜ ରଂଗ ବା ମିଣ୍ଟ ଗ୍ରିନ୍ ରଂଗର ପରଦା ଲଗାନ୍ତୁ । ବିଶେଷ କରି ପିଲାଙ୍କ କକ୍ଷରେ ସବୁଜ ଏବଂ ନୀଳ ରଂଗର ପରଦା ଲଗାଇବା ଉଚିତ । ଏହା ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତିର ପ୍ରତୀକ ଅଟେ । ପିଲାଙ୍କ ପାଠପଢ଼ାରେ ବି ମନ ଲାଗିଥାଏ । ଐଶନ୍ୟ କୋଣରେ ହଳଦିଆ, କମଳା, ଧଳା, ଅଫ୍ ହ୍ୱାଇଟ୍, ଗୋଲାପି, ସବୁଜ, ନୀଳ ଏବଂ ବାଇଗିଣି ରଂଗର ପରଦା ବ୍ୟବହାର କରିପାରିବେ ।