fbpx

ବାସ୍ତୁ ଉପାୟ; ଭୁଲରେ ବି କରନ୍ତୁ ନାହିଁ ଏପରି କାମ ନହେଲେ ଆପଣ ହୋଇଯିବେ କାଙ୍ଗାଳ

ଓଡ଼ିଶା ଭାସ୍କର: କେବେବି ଘରର ମୁଖ୍ୟ ଦ୍ୱାରକୁ ଅନ୍ଧାର ରଖନ୍ତୁ ନାହିଁ, ନଚେତ୍ ଆପଣଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସବୁବେଳେ ତିକ୍ତତା ଲାଗି ରହିବ । ଦ୍ୱାର ସାମ୍ନାରେ କୌଣସି କପଡା, ଜୋତା କିମ୍ବା ଖାଲି ପାତ୍ର ରଖୁନ୍ତୁ ନାହିଁ । ଏହାଦ୍ୱାରା ବି ଖରାପ ପ୍ରଭାବ ପଡିଥାଏ । ଘରେ ଯଦି ଟ୍ୟାପ୍ ଖରାପ ଅଛି ଆଉ ସେଥିରୁ ପାଣି ବାହାରୁଛି ତେବେ ତାକୁ ତୁରନ୍ତ ଠିକ୍ କରାନ୍ତୁ ବୁନ୍ଦା ବୁନ୍ଦା ପାଣି ବହିବା ବି ସକରାତ୍ମକ ନୁହେଁ । ଭଙ୍ଗା ଆଇନା କିମ୍ବା ଭଙ୍ଗା କାଚ କେବେ ଘରେ ରଖନ୍ତୁନି, କାରଣ ଏହା ସବୁଠାରୁ ଅଧିକ ନକରାତ୍ମକ ପ୍ରଭାବ ପକାଇଥାଏ । ଏହା ଆପଣଙ୍କ ଆର୍ଥିକ ସ୍ଥିତିକୁ ବି ପ୍ରଭାବିତ କରିପାରେ । ସେଥିଲାଗି ଗୁରୁତ୍ୱ ଦେବା ନିହାତି ଆବଶ୍ୟକ । ଶୁଖିଲା ତୁଳସୀ ଗଛ, ଯଦି ଆପଣଙ୍କ ଚଉଁରାରେ ତୁଳସୀଗଛ ସୁଖିଯାଇଥାଏ ତେବେ ଏହା ଏକ ଅଶୁଭ ସଙ୍କେତ ବୋଲି ଜାଣିନେବା ଉଚିତ । ଜାଣିନେବେ ଯେ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ କୋପ କରିଛନ୍ତି । ସେଥି ଲାଗି ନୂଆ ତୁଳସୀ ଗଛ ଆଣି ଲଗାଇବା ଉଚିତ । ଆବସ୍ୟକ ସ୍ଥଳେ ସ୍ଵତନ୍ତ୍ର ପୂଜା-ହୋମ କରାଇବା ଆବଶ୍ୟକ ।

Get real time updates directly on you device, subscribe now.