fbpx

ବେଦାନ୍ତ ଲାଞ୍ଜିଗଡ଼ ଓଡ଼ିଶାର ଗ୍ରାମାଞ୍ଚଳରେ ନୂଆ ଜୀବିକା ପ୍ରକଳ୍ପର ଶୁଭାରମ୍ଭ କରିଛି

ପ୍ରକଳ୍ପ ସଂଗମର ଲକ୍ଷ୍ୟ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ୨୦,୦୦୦ ଲୋକଙ୍କୁ ସ୍ଥାୟୀ ଜୀବିକା ପ୍ରଦାନ କରିବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଦାନ୍ତ ଆଲୁମିନିୟମ ଲିମିଟେଡ, ଲାଞ୍ଜିଗଡ଼଼, ଭାରତର ଅଗ୍ରଣୀ ସ୍ମେଲଟର ଗ୍ରେଡର ଆଲୁମିନିୟମ ନିର୍ମାତା ନିକଟରେ ସଙ୍ଗମ: ଜୀବନ ପ୍ରକୃତି ଅଉର ସଂସ୍କୃତି କା ଏକ ମିଲନ ପ୍ରକଳ୍ପ ଶୁଭାରମ୍ଭ କରିଛି । ଏହା ଜଳବାୟୁ ସ୍ଥିର ବିକାଶ ମାଧ୍ୟମରେ ଗ୍ରାମୀଣ ଚାଷୀଙ୍କୁ ସହାୟତା କରିବାକୁ ଲକ୍ଷ୍ୟ ରଖିଛି ଓ ଏହି ପ୍ରକଳ୍ପ ୪୦ଟିରୁ ଅଧିକ ଗାଁରେ ଗଠନ କରାଯାଇଥିବା ବେଳେ ଏହାଦ୍ୱାରା ୫୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି ।

କଳାହାଣ୍ଡି ମୁଖ୍ୟତଃ ଏକ କୃଷି ଅଞ୍ଚଳ ଓ ଏଠାରେ ସୀମିତ ଜୀବିକା ସୁଯୋଗ ରହିଛି । ଏଠାରେ ମଧ୍ୟ କମ୍ ବୃଷ୍ଟିପାତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସଙ୍ଗମକୁ ପ୍ରାକୃତିକ ସମ୍ପଦ ପରିଚାଳନା ଓ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ସହ ଏକୀଭୂତ କରି ଅଞ୍ଚଳର ସାମାଜିକ- ଅର୍ଥନୈତିକ ବିକାଶକୁ ବୃଦ୍ଧି କରିବା ପାଇଁ ବ୍ୟାପକ ରୋଡମ୍ୟାପ୍ ଗଠନ କରାଯାଇଛି । କୃଷକ ଉତ୍ପାଦକ କମ୍ପାନୀ (ଏଫପିସି)ର ଏହି ହସ୍ତକ୍ଷେପ ମଧ୍ୟରେ କ୍ଷୁଦ୍ର ଚାଷୀମାନଙ୍କର ଏକ ଫେଡେରେସନ ଜରିଆରେ ସ୍ଥାୟୀ ଓ ଲାଭଜନକ ଅଣକୃଷିଭିତ୍ତିକ କାର୍ଯ୍ୟକଳାପରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ । କେବଳ ମହିଳା କୃଷକମାନେ ମହୁମାଛି ପରି ଉଦ୍ୟୋଗ କରିସାରିଛନ୍ତି ।

କ୍ରମାଗତ ଉତ୍ପାଦନ ଓ ଅମଳର ସର୍ବାଧିକ ସ୍ତର ହାସଲ କରିବାକୁ ବିଭିନ୍ନ କୃଷି ଅଭ୍ୟାସ ନିୟୋଜିତ କରିବାକୁ ହେବ, ଫସଲକୁ ସମର୍ଥନ କରିବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ ଉପରେ ଗୁରୁତ୍ୱ ଦିଆଯିବ । କୃଷକମାନେ କିପରି ଅଧିକରୁ ଅଧିକ ଆୟ କରିପାରିବେ ତାହା ଉପରେ ଧ୍ୟ୍ୟାନ ଦିଆଯିବାକୁ ପ୍ରକଳ୍ପ ଲକ୍ଷ୍ୟ ରଖିଛି । ଭୂତଳ ଜଳ ସଂରକ୍ଷଣ ଓ ଜଳ ଉପଲବ୍ଧତା ବୃଦ୍ଧି ଲାଗି ପ୍ରକଳ୍ପ ସଙ୍ଗମ ଅଧିନରେ ଅନେକ ଜଳସଂପଦ ବିକଶିତ ହେବ । ଏଥିରେ ଅତିରିକ୍ତ ସଂରକ୍ଷଣ ବ୍ୟବସ୍ଥା ଓ ପୋଖରୀ ନିର୍ମାଣ, କେନାଲଗୁଡ଼ିକର ପୁନଃ ଥଇଥାନ, ଫସଲର ବିବିଧକରଣ ଓ ପଶୁପାଳନ ଉପରେ ଗୁରୁତ୍ୱ ଦିଆଯିବ । ଏହି ଅଞ୍ଚଳର ୬୦%ରୁ ଅଧିକ ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ ।

ଏହି ପ୍ରକଳ୍ପ ଉପରେ ମତଦେଇ ପ୍ରଣବ କୁମାର ଭଟାଚାର୍ଯ୍ୟ, ସିଇଓ-ଆଲୁମିନା ବ୍ୟବସାୟ, ବେଦାନ୍ତ ଲିଃ କହିଛନ୍ତି ଯେଅଣ ସଂରକ୍ଷିତ ଗୋଷ୍ଠୀ ପାଇଁ ନିରନ୍ତର ଜୀବିକା ନିର୍ବାହ କରିବା ଓ ଏହି ଅଞ୍ଚଳର ସମାଜିକ ଆର୍ôଥକ ଉନ୍ନତି ପାଇଁ ଏକ ଇକୋସିଷ୍ଟମର ବିକାଶ କରାଯାଇ ସ୍ଥାୟୀ ଜୀବିକା ନିର୍ବାହକୁ ସୁଗମ କରାଯିବ । ପ୍ରକଳ୍ପ ସଂଗମ ଆମ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବାରେ ସହଯୋଗ କରିବ । ଶ୍ରୀ ଶଙ୍କରଚଣ୍ଡି କଳାହାଣ୍ଡି ଜିଲ୍ଲା ଜଣେ କୃଷକ ସେ ତାଙ୍କର କୃତଜ୍ଞତା ଜଣାଇ କହିଛନ୍ତି ଯେ ଏହା ପୂର୍ବରୁ କଳାହାଣ୍ଡି ଏହାର ସ୍ୱାଦ ଓ ରଙ୍ଗ ହେତୁ ଜାଗା ପାଇଁ ଜଣାଶୁଣା ଥିଲା । କିନ୍ତୁ ଜଳବାୟୁର ଚରମ ପ୍ରଭାବ ଓ ଜଳାଭାବ ହେତୁ ଆଖୁ ଫସଲ କାର୍ଯ୍ୟକ୍ଷମ ନୁହେଁ । ଆଜି ଏହି ପ୍ରକଳ୍ପ ମାଧ୍ୟମରେ ଆମେ ଏହାର ଉତ୍ପାଦନକୁ ପୁଣି ଥରେ ଆରମ୍ଭ କରିବୁ । ସଠିକ କୃଷି ଅଭ୍ୟାସ ଓ ଜଳ ପରିଚାଳନା ହେବା ଦ୍ୱାରା ଆମେ ଆୟ ପାଇବାକୁ ସକ୍ଷମ ହେବୁ ବୋଲି ବିଶ୍ୱାସ ରହିଛି ।

ବେଦାନ୍ତ ଲାଞ୍ଜିଗଡ଼଼଼ର ସାମାଜିକ ପଦକ୍ଷେପ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଭିତ୍ତିଭୂମି, ମହିଳା ସଶକ୍ତିକରଣ, ପରିମଳ, ପରିବେଶର ଉନ୍ନତି ଓ ତୃଣମୂଳ ସ୍ତରୀୟ କ୍ରୀଡ଼ା ପ୍ରତି ସମର୍ଥନ ସହ ଗୋଷ୍ଠୀର ଉନ୍ନତି ପାଇଁ ପ୍ରତିବଦ୍ଧ ଓ ୬୭ରୁ ଅଧିକ ଗ୍ରାମରେ ଏହାର କାର୍ଯ୍ୟକ୍ରମକୁ ବିସ୍ତାର କରିଛି । ଏହାର ୩୭୮ରୁ ଅଧିକ ଏସଏଚଜିରେ ୪୦୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି । ବାର୍ଷିକ ପ୍ରାୟ ୬୦,୦୦୦ ଲୋକଙ୍କୁ ଗୁଣମାନର ଓ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି । ଲାଞ୍ଜିଗଡ଼଼଼ରେ ଶିକ୍ଷାର ପ୍ରସାର ଲାଗି ଡିଏଭି ଆନ୍ତର୍ଜାତିକ ବିଦ୍ୟାଳୟ ପ୍ରତିଷ୍ଠା କରିଛି । ଉଲ୍ଲେଖନୀୟ ପଦକ୍ଷେପ ଯଥା ନନ୍ଦ ଘର ଆଧୁନିକ ଅଙ୍ଗନବାଡ଼ି ଜରିଆରେ ୪୦୦୦ରୁ ଅଧିକ ପିଲା ଓ ୮୦୦ ମହିଳାଙ୍କ ପୋଷଣ କରୁଛି । ସମାଜରେ ମା’ ଓ ଶିଶୁମାନଙ୍କ ଯତ୍ନ ପାଇଁ କାଯ୍ୟକରୁଛି । ଆହୁରି ମଧ୍ୟ ଗ୍ରାମୀଣ ଯୁବକମାନଙ୍କ ଶିକ୍ଷାର ବିକାଶ ଲାଗି ସେମାନଙ୍କ ସାମଗ୍ରିକ ବିକାଶ ପ୍ରତି ଯତ୍ନବାନ ରହିଛି । ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟଓ ପ୍ରତିଯୋଗିତାମାନ ଆୟୋଜନ କରୁଛି ଓ ୨୦୦ ଯୁବକଙ୍କୁ ସଶକ୍ତ କରିପାରିଛି ।

ବେଦାନ୍ତ ଆଲୁମିନିୟମ ବେଦାନ୍ତ ଲିମିଟେଡର ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ôଥକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟସ ସଷ୍ଟେନବିଲିଟି ଆସସମେଣ୍ଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ରାଙ୍କଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା ହୋଇପାରିଛି । ବେଦାନ୍ତର ବିଶ୍ୱଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାର ପ୍ଲାଣ୍ଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଞ୍ଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତା’ର ଲକ୍ଷ୍ୟ ପୂରଣ କରୁଛି ।

Get real time updates directly on you device, subscribe now.