fbpx

Video; ନିୟନ୍ତ୍ରଣରେ ନାହିଁ ପରିବା ଦର; ସେଞ୍ଚୁରି ମାରିବା ପରେ ବି ଚୁପ୍ ବସିଛି ଯୋଗାଣ ବିଭାଗ

ବେଲଗାମ ହେଇଚାଲିଛି ପରିବା ଦର, ସାଧାରଣ ଲୋକଙ୍କ ପାଇଁ ବଢ଼ୁଛି ଚିନ୍ତା, ବଜାର ଯିବାକୁ କରୁଛନ୍ତି ଭୟ

Advertisement

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ଜଣାପଡିଲା କାହିଁକି ପରିବାର ଦରରେ ଲାଗୁନି ବ୍ରେକ୍‌ । ଭୁବନେଶ୍ୱର ୧ନଂ ହାଟରେ ମିଳୁଥିଲା ଶସ୍ତାରେ ପରିବା । ହେଲେ, ଏବେ ହାତ ମାରିଲେ ପକେଟ୍ ଖାଲି ହେଉଛି । ରଜଠୁ ନାହିଁ ଦରରେ ନିୟନ୍ତ୍ରଣ । ସ୍ଥିତି ଏମିତି ଯେ ପରିବାର କଣିବାକୁ ଭୟ ଲାଗିଲାଣି । ରାଜଧାନୀରେ ବେଲଗାମ ହେଇଯାଇଛି ପରିବା ଦର । ୨୦, ୩୦ ନୁହଁ ସିଧା ସେଞ୍ଚୁରି ପାର୍ କରିଲାଣି । ଭାତ ଥାଳିରେ ଉଭା ହେଇଯାଇଛି ପରିବା । ସାଧାରଣ ଲୋକ କେମିତି ଚଳିବେ କଣ ଖାଇବେ । ସେ ନେଇ ଚିନ୍ତା ବଢିଛି ।

ରାଜ୍ୟର ଅନେକ ସ୍ଥାନରେ କଲରା କେଜିକୁ ୧୦୦ ଟଙ୍କା, ବିନ୍‌ ୧୫୦ରୁ ୨୦୦, ବାଇଗଣ ୮୦, ଟମାଟୋ ୮୦, ଭେଣ୍ଡି ୮୦, ପିଆଜ ୫୦, ଆଳୁ ୩୦ ଟଙ୍କାରେ ବିକ୍ରି ହେଉଛି । ଅଦା ଓ ରସୁଣ କିଲୋ ପିଛା ୨୦୦ ବଢ଼ିଛି। ଏନେଇ ଛତ୍ରବଜାର ପରିବା ବ୍ୟବସାୟୀ ସଂଘର ସଭାପତି ଦେବରାଜ ସାହୁ କହିଛନ୍ତି, ୨ଦିନ ହେବ ଦରରେ କୌଣସି ପରିବର୍ତ୍ତନ ନାହିଁ । ଯଦି ବିନ୍ସ କଥା ଦେଖିବା, ବର୍ତ୍ତମାନ ଆମେ ବେଙ୍ଗାଲୁରୁର ବିନ୍ସ ଉପରେ ନିର୍ଭର କରୁଛୁ। ଯାହାର ଦର ରହିଛି ୧୫୦ଟଙ୍କା। ଚଳିତବର୍ଷ ଗରମ ଯୋଗୁ ଆଖିଦୃଶିଆ ଫସଲ ଉତ୍ପାଦନ ହୋଇନଥିବାରୁ ପରିବା ଦର ଅନିୟନ୍ତ୍ରିତ ହୋଇପଡ଼ିଛି ।

ଆଗକୁ କୋଲକାତାରୁ କିଛି ପରିବା ଆସିବାର ସମ୍ଭାବନା ରହିଛି । ତେଣୁ ଦର କମିବାର ଆଶା କରାଯାଉଛି । ଭୁବନେଶ୍ଵର କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ପାଇଁ କୁହନ୍ତି, ଓଡ଼ିଶାରେ ଚାଷ ନାହିଁ । ବର୍ତ୍ତମାନ ଆମେ ବନ୍ଧା କୋବି, ଗାଜର, କାଙ୍କଡ଼, ସଜନା ଛୁଇଁ, ଭଣ୍ଡା ଓ ଟମାଟୋ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛୁ । ସେଠାରେ ଯେଉଁ ବର ରହିଛି, ସେହି ଅନୁସାରେ ଆମେ ବି ଦର ରଖୁଛୁ। ହେଲେ ସ୍ଥାନୀୟ ମାର୍କେଟକୁ ଯିବା ବେଳେ ପରିବହନ ଖର୍ଜକୁ ମିଶାଇଲେ ଦର ଉପରତଳ ହେବ ବୋଲି ସେ କହିଥିଲେ।

Get real time updates directly on you device, subscribe now.