ହଠାତ୍ ପରିବା ବଜାରରେ ଲାଗିଲା ନିଆଁ, ୮୦ ଟଙ୍କା ଉପରେ ସବୁ ପନିପରିବା

ପରିବା ଦର ଆକାଶ ଛୁଆଁ। ଛୁଇଁବାକୁ ଡ଼ର ଲାଗୁଛି।

ଭୁବନେଶ୍ୱର: କଟକରୁ କ୍ୟାପିଟାଲ, ବାଲେଶ୍ୱରରୁ ରାଉରକେଲା। ସହରର ସବୁ ହାଟରେ ପରିବା ମିଳୁଛି ୮୦ ଟଙ୍କାରେ। ହଠାତ୍ ପରିବା ବଜାରରେ ଲାଗିଲା ନିଆଁ।

ହୁ ହୁ ହୋଇ ବଢ଼ିଗଲା ପରିବା ଦର। ଯାହାକୁ ନେଇ ଚିନ୍ତାରେ ପଡିଲେଣି ଖାଉଟି। ୧୦୦୦ ଟଙ୍କାରେ ପନିପରିବା କିଣିଲେ ବ୍ୟାଗ୍ ଫୁଲ୍ ହେଉନି। ତେବେ ଆସନ୍ତୁ ଦେଖିବା ଭୁବନେଶ୍ୱର ଓ କଟକ ବଜାରରେ କେତେ ରହିଛି ପରିବାର ଦାମ୍?

ଭୁବନେଶ୍ୱରରେ ପରିବା ଦର

ବାଇଗଣ-୬୦-୮୦ ଟଙ୍କା, ଟମାଟୋ-୫୦ ଟଙ୍କା, ହାଇବ୍ରିଡ କାଙ୍କଡ଼-୮୦ ଟଙ୍କା, ଦେଶୀ କାଙ୍କଡ଼-୧୬୦ ଟଙ୍କା, କଲରା-୮୦ ଟଙ୍କା, ଭେଣ୍ଡି-୭୦ ଟଙ୍କା, କାକୁଡ଼ି-୭୦ ଟଙ୍କା, ଜହ୍ନି-୮୦ ଟଙ୍କା, ପୋଟଳ- ୮୦ ଟଙ୍କା, ଝୁଡ଼ଙ୍ଗ-୭୦ରୁ ୮୦ ଟଙ୍କା, ଗାଜର-୬୦ ଟଙ୍କା, ବିନସ୍ ୧୪୦ ଟଙ୍କା।

ସେହିପରି କଟକରେ ପରିବା ଦର ବି ଆକାଶ ଛୁଆଁ। ପୋଟଳ-୪୦ ଟଙ୍କା, ଭେଣ୍ଡି-୬୦ ଟଙ୍କା, ବିନ୍-୧୨୦ ଟଙ୍କା, ବାଇଗଣ-୭୦ ଟଙ୍କା। ଫୁଲକୋବି ଗୋଟା-୫୦ ଟଙ୍କା, କଲରା-୬୦ ଟଙ୍କା,ଜହ୍ନି-୬୦ ଟଙ୍କା।