Breaking: ଏହିଦିନ ଆରମ୍ଭ ହେବାକୁ ଯାଉଛି ଗାଡ଼ି ଚେକିଂ… ହୋଇ ଯାଆନ୍ତୁ ସତର୍କ, ନହଲେ ଗଣିବେ ଫାଇନ୍

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ଟ୍ୱିନ୍ସିଟିରେ ପୁଣି ଆରମ୍ଭ ହେବ ଚେକିଂ । ଚେକିଂ ପୂର୍ବରୁ ସଚେତନ କଲା କମିଶନରେଟ୍ ପୋଲିସ ।

ବିକଟାଳ ହର୍ଣ୍ଣ, କଳା କାଚ ନ ଲଗେଇବାକୁ ତାଗିଦ୍ । ଚେକିଂ ପୂର୍ବରୁ କାଢ଼ି ନିଅନ୍ତୁ, ଧରାପଡ଼ିଲେ ଜରିମାନା ଦେବାକୁପଡ଼ିବ ।

ପେବୃଆରୀ ୧ରୁ ରାଜ୍ୟରେ ଟ୍ରାଫିକ୍ କଟକଣାରେ ପରିବର୍ତ୍ତନ କରାଯାଇଛି । ପୂର୍ବ ଅପେକ୍ଷା ନିୟମ ବଦଳାଯିବା ସହ ଦଣ୍ଡ କଠୋର କରାଯାଇଛି ।