fbpx

ଦାଦାସାହେବ ଫାଲକେ ପୁରସ୍କାର ବିଜେତା ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ପରଲୋକ , ୯୨ ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ: ଟଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା କେ. ବିଶ୍ୱନାଥଙ୍କର ଗୁରୁବାର ରାତିରେ ୯୨ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୨୦୧୭ ରେ ବିଶ୍ୱନାଥଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ସମ୍ମାନୀତ କରାଯାଇଥିଲା ।

୧୯ ଫେବୃଆରୀ ୧୯୩୦ ରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମଗ୍ରହଣ କରିଥିବା କେ. ବିଶ୍ୱନାଥଙ୍କୁ ତାଙ୍କ ଚଳଚ୍ଚିତ୍ର ପାଇଁ ୬ ଟି ନ୍ୟାସନାଲ ଫିଲ୍ମ ଆୱାର୍ଡ ଏବଂ ୧୦ ଟି ଫିଲ୍ମଫେୟାର ପୁରସ୍କାରରେ ସମ୍ମାନୀତ କରାଯାଇଛି । ବିଳମ୍ବିତ ରାତିରେ ତାଙ୍କ ମୃତଦେହକୁ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନକୁ ଅଣାଯାଇଥିଲା ।

କେ. ବିଶ୍ୱନାଥ କଳା ତପସ୍ବୀ ଭାବରେ ମଧ୍ୟ ଜଣାଶୁଣା। ସେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ରାଜ୍ୟ ନନ୍ଦୀ ପୁରସ୍କାର, ୧୦ଟି ସାଉଥ୍‌ ଫିଲ୍ମଫେୟାର ପୁରସ୍କାର ଏବଂ ହିନ୍ଦୀରେ ଗୋଟିଏ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ।

୧୯୯୨ରେ କେ ବିଶ୍ୱନାଥ ଆନ୍ଧ୍ରପ୍ରଦେଶ ରାଜ୍ୟ ରଘୁପତି ଭେଙ୍କୟା ପୁରସ୍କାର ପାଇଥିଲେ ଏବଂ କଳା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ନାଗରିକ ସମ୍ମାନ ପଦ ମଧ୍ୟ ପାଇଥିଲେ। କେ. ବିଶ୍ୱନାଥ ଜଣେ ଅଡିଓଗ୍ରାଫର ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ ଏବଂ ୬୦ ବର୍ଷ ମଧ୍ୟରେ ସେ ୫୩ଟି ଫିଚର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।

ନିର୍ଦ୍ଦେଶକ ଭାବରେ କେ. ବିଶ୍ୱନାଥଙ୍କ ପ୍ରଥମ ଚଳଚ୍ଚିତ୍ର ୧୯୬୫ରେ ଅଭିନେତା ଅକିନେନି ନାଗେଶ୍ୱର ରାଓଙ୍କ ଅଭିନୀତ ‘ଆତ୍ମା ଗୌରବମ୍‌’ ଥିଲା। ୨୦୧୦ରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ସୁଭାପ୍ରଦମ’। ଏହା ସହିତ ସେ ‘କାଲିସୁନ୍ଦରମ ରା’, ‘ନରସିଂହ ନାଇଡୁ’, ‘ଟାଗୋର’ ଏବଂ ‘ମିଷ୍ଟର ପରଫେକ୍ଟ’ ଭଳି ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।

Get real time updates directly on you device, subscribe now.