fbpx
BSKY SKY
BSKY SKY

ଉପରାଷ୍ଟ୍ରପତି ନିର୍ବାଚନ:ବଢ଼ୁଛି ଆଲଭାଙ୍କ ସମର୍ଥନ

BSKY

ହାଇଦ୍ରାବାଦ: ଆଗାମୀ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଟିଆରଏସ ତାର ସମର୍ଥନ ଜଣାଇଛି । ଟିଆରଏସ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ତାଙ୍କର ସମର୍ଥନ ଜଣାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏ ବାବଦରେ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସେ ଏକ ବିବୃତ୍ତି ଯୋଗେ ଏହି ସୂଚନା ଦେଇଛନ୍ତି ।

ଆଗକୁ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ସମସ୍ତ ୧୬ଜଣ ଟିଆରଏସ ସାଂସଦ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ଭୋଟ ଦେବ ବୋଲି କହିଛି । ଏହା ପୂର୍ବରୁ ଜେଏମଏମ ଏବଂ ଆପ ମଧ୍ୟ ତାଙ୍କର ସମର୍ଥନ ମାର୍ଗାରେଟଙ୍କୁ ଦେବ ବୋଲି କହିସାରିଛି ।ସୂଚନାମୁତାବକ ଆଗାମୀ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏନଡିଏ ତରଫରୁ ଜଗଦୀପ ଧନଖଡ ଏବଂ ବିରୋଧୀ ମାନେ ମାର୍ଗାରେଟ ଆଲଭାଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ।

Get real time updates directly on you device, subscribe now.