fbpx

Video: ଗଛ ଉପରେ ଭାଲୁ..ତଳେ ଲାଗିଛି ଲୋକଙ୍କ ପ୍ରବଳ ଭିଡ, ଡରରେ ତଳକୁ ଆସୁନି ଭାଲୁ

କୋରାପୁଟ: ଗଛ ଉପରକୁ ଚଢି ଯାଇଛି ଭାଲୁ। ଆଉ ଭାଲୁୁ ଦେଖିବା ପାଇଁ ଗଛ ତଳେ ଲାଗିଛି ଲୋକଙ୍କ ଗହଳିି। ଫଳରେ ଡରରେ ଭାଲୁଟି ଗଛ ତଳକୁ ଓହ୍ଲାଇ ପାରୁନି। ଲୋକଙ୍କ ଭିଡ଼ ଲାଗିଥିବାରୁ ଭାଲୁଟି ତଳକୁ ନଆସି ପାରି ଗଛ ଉପରେ ରହିଥିବା ଦେଖିବାକୁ ମିଳିଛି। ତେବେ ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସେମଳାଗୁଡା ପଂଚାୟତ ଟିକରାଗୁଡା ଗାଁର। ଏହି ଗାଁର ଏକ ପଆଁସୀ ଗଛରେ ଭାଲୁଟି ଚଢି ଯାଇ ଗଛ ଉପରେ ରହିଥିବାର ନଜର ଆସିଛି।

ତେବେ ଗତ କାଲି ରାତି ଠାରୁ ଭାଲୁ ଗଛ ଉପରେ ଚଢ଼ି ଯାଇଥିବା ବେଳେ ଭୋରୁ ଭୋରୁ ଗାଁ ରେ ଚାଲିଛି ଭାଲୁ ନାଟ। ଭାଲୁକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମିଥିବାରୁ ବିଚରା ଭାଲୁ ଗଛ ଡାଳରେ ବସି ରହିି ଲୋକଙ୍କୁ ଦେଖି ଆଉ ତଳକୁ ଓହ୍ଲାଉ ନାହିଁ। ତେବେ ଘଟଣା ସ୍ଥଳରେ ବନ ବିଭାଗ କିମ୍ବା ସ୍ଥାନୀୟ ପୋଲିସ ଏବେ ସୁଧା ପହଞ୍ଚି ପାରିନାହିଁ। ଅନ୍ୟପଟେ ଲୋକଙ୍କ ଗହଳି ଧିରେ ଧିରେ ବଢୁଥିବା ଦେଖାଯାଇଛି।

Get real time updates directly on you device, subscribe now.