fbpx

(Video)ମଇଁଷି ଚରାଉଥିଲା ବେଳେ ବ୍ୟକ୍ତିଙ୍କୁ ନଦୀ ଭିତରକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରପଡା; ଆଜି ପୁଣି ପାଣିରେ ଶକ୍ତି ଦେଖାଇଲା କୁମ୍ଭୀର । ଗତ ୧୬ ତାରିଖରେ ଯାଜପୁର ଜିଲ୍ଲା ବିରୁପା ନଦୀରୁ ଆସିଥିବା ଲୋମଟାଙ୍କୁରା ଭିଡିଓ ଦେଖି ପ୍ରାୟ ସମସ୍ତେ ଭୟଭୀତ ହୋଇଯାଇଥିଲେ । ଜୋସ୍ନା ନାମକ ଜଣେ ଜୀବିତ ମହିଳାଙ୍କୁ କୁମ୍ଭୀର କିଭଳି ଛଟପଟ କରି ଚୋବାଇ ଚୋବାଇ ଖାଉଥିଲା ତାହା ସେହି ଭିଡିଓରେ ସ୍ପଷ୍ଟ ଦେଖି ହେଉଥିଲା । ଉକ୍ତ ମହିଳାଙ୍କୁ ୯୦ ରୁ ଉର୍ଦ୍ଧ ଭାଗ କୁମ୍ଭୀର ଖାଇଦେଇଥିବା ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି ଚିତ୍ରର ଭୟ ମନରୁ ଯାଇନଥିବା ନଥିବା ବେଳେ ପୁଣି ଆଜି ଦେଖା ଦେଇଛି ଆଉ ଏକ ଅଭାବନୀୟ ଘଟଣା ।

ଜୋସ୍ନାର ମୃତ୍ୟୁକୁ ଆଜି ୧୫ ଦିନ ହୋଇଥିବା ବେଳେ କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ଥାନା କେୟାରବାଙ୍କ ଗାଁରେ ଘଟିଛି ପୁଣି ଏକ ଅଘଟଣ । ପ୍ରତିଦିନ ସକାଳ ପରି ଆଜି ବି ଜଣେ ମଇଁଷି ଚରାଳି ଜଣଙ୍କ ବ୍ରାହ୍ମଣୀ ନଦୀ କୂଳକୁ ମଇଁଷି ଚରାଇବାକୁ ବାହାରିପଡିଥିଲେ । ହେଲେ ତାଙ୍କୁ ଜଣା ନଥିଲା ମଇଁଷି ଚରାଇବା ଆଜି ତାଙ୍କ ପାଇଁ ଶେଷ ଦିନ ହୋଇଯିବ ବୋଲି । ବ୍ରାହ୍ମଣୀ ନଦୀ କୂଳରେ ଛକି ବସିଥିଲା ମଣିଷଖିଆ କୁମ୍ଭୀର । ନଦୀ କୂଳରେ ଯୁବକଙ୍କୁ ଦେଖି ପାଣି ଭିତରୁ ଉଠି ଆସି କୁମ୍ଭୀର ମଇଁଷି ଚରାଳିକୁ ଟାଣି ନେଇଥିଲା । ଏହା ପରେ ମଇଁଷି ଚରାଳି ଜଣଙ୍କ କୁମ୍ଭୀର ମୁହଁରେ ପଡ଼ିଥିଲେ ।

ମଇଁଷି ଚରାଳିଙ୍କୁ କୁମ୍ଭୀର ଟାଣି ନେଇଯିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହା ପରେ ନିଖୋଜ ଥିବା ଭାସ୍କରଙ୍କୁ ସ୍ଥାନୀୟ ଲୋକେ ଖୋଜା ଖୋଜି କରିଥିଲେ । ଦୀର୍ଘ ସମୟ ଖୋଜା ଖୋଜି ପରେ ବି ଯୁବକଙ୍କ ପତ୍ତା ମିଳିପାରିନଥିଲା । ତେବେ ନିଖୋଜ ଯୁବକ ଜଣଙ୍କ ରାଜପୁର ଗାଁର ଭାସ୍କାର ରାଉତ ବୋଲି ଜଣାପଡିଛି । ଏହି ଅଘଟଣକୁ ନେଇ ରାଜନଗରର ଅଞ୍ଚଳବାସୀ ଆତଙ୍କିତ ହେବା ସହ ଭୟବିତ ରହିଛନ୍ତି । ଗତ କିଛିଦିନ ହେବ ରାଜନଗର ଅଞ୍ଚଳରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଦୁଇମାସ ଭିତରେ ୫ ଜଣଙ୍କୁ କୁମ୍ଭୀର ମାରିଦେଇଥିବା ଦେଖିବାକୁ ମିଳିଛି । ତେବେ ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏପରି କୁମ୍ଭୀର ଆକ୍ରମଣ ବାରମ୍ବାର ଦେଖିବାକୁ ମିଳୁଥିବାରୁ ସାଧାରଣରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଗତକାଲି ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟରାସ୍ତାରେ ଏକ ବିରାଟକାୟ ବଉଳା କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ରାତିରେ କୁମ୍ଭୀରଟି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ତେବେ ପିଲାମାନେ ପାଟି ଶୁଣି କୁମ୍ଭୀରଟି ଏକ କେନାଲ ଭିତରକୁ ପଳାଇଥିଲା ।

 

Get real time updates directly on you device, subscribe now.